ଡମ୍ପର ପଛୁଆ ଧକ୍କା ଦେବାରୁ ଫୋନ୍‌ରେ କଥା ହେଉଥିବା କ୍ରସର୍‌ ଶ୍ରମିକ ମୃତ

ଡମ୍ପର ପଛୁଆ ଧକ୍କା ଦେବାରୁ ଫୋନ୍‌ରେ କଥା ହେଉଥିବା କ୍ରସର୍‌ ଶ୍ରମିକ ମୃତ

ନୀଳଗିରି: ସୋମବାର ସକାଳେ ମିତ୍ରପୁର ଅଞ୍ଚଳରେ ପଛୁଆ ଆସୁଥିବା ଗୋଟାଏ ଡମ୍ପର ଧକ୍କା ଦେବାରୁ ଜଣେ କ୍ରସର୍‌ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
ମୃତ ବ୍ୟକ୍ତି ହେଉଛନ୍ତି ନୀଳଗିରି ବ୍ଲକ୍‌ ଭଉଁରିଆବାଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡ଼ିବାଇ ଗ୍ରାମର ୪୨ ବର୍ଷିୟ ରଜତ ବାରିକ।

ଆଜି ରଜତ ମିତ୍ରପୁରସ୍ଥିତ ସାଇ କ୍ରସର୍‌କୁ କାମ କରିବାକୁ ଯାଇଥିଲେ। ସେଠାରେ ଫୋନ୍‌ରେ କାହା ସହ କଥାବାର୍ତ୍ତା କରୁଥିବା ବେଳେ ମାଲ୍‌ ନେବା ପାଇଁ ଆସିଥିବା ଗୋଟାଏ ଡମ୍ପର୍‌ ଟ୍ରକ୍‌ ପଛୁଆ ପଛୁଆ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ ଓ ତାଙ୍କ ଉପରେ ଡମ୍ପର୍‌ ଚଢ଼ି ଯାଇଥିଲା।

publive-image

ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କଥା କୁହାଯାଉଛି।

ଆମ୍ବୁଲାନ୍‌ସ୍‌ ଯୋଗେ ତୁରନ୍ତ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ ଘୋଷଣା କରିବା ସହ ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe