ବଦଳିଲା ଦୂରଦର୍ଶନ ପାଠପଢ଼ା ସମୟ

Advertisment
ବଦଳିଲା ଦୂରଦର୍ଶନ ପାଠପଢ଼ା ସମୟ

The Indian Express

ଭୁବନେଶ୍ବର : ଶୁକ୍ରବାରଠାରୁ ସ୍କୁଲ ଖୋଲିବାକୁ ଥିବାରୁ ଦୂରଦର୍ଶନରେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସାରଣ ହେଉଥିବା ‘ଶିକ୍ଷା ଦର୍ପଣ’ କାର୍ଯ୍ୟକ୍ରମ ସମୟରେ ପରିବର୍ତନ କରାଯାଇଛି। ବିଦ୍ୟାଳୟ ବନ୍ଦ ଥିବାରୁ ପୂର୍ବାହ୍ନରେ ଦୂରଦର୍ଶନ (ଡିଡି ଓଡ଼ିଆ)ରେ ପାଠ୍ୟକ୍ରମ ସମ୍ବଳିତ ଭିଡିଓ ପ୍ରସାରିତ ହେଉଥିଲା। ତେବେ ସୋମବାରଠାରୁ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେଉଥିବାରୁ ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସନ୍ଧ୍ୟା ୭ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ରାତି ୯ଟାରୁ ୧୦ ମଧ୍ୟରେ ଶିକ୍ଷାଦାନ ହେବ। ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରସାରଣ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe