Shivering Cold: ପୁଣି ଖସିଲା ପାରଦ: ବଢିଲା ଶୀତ

ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି। ଅଞ୍ଚଳରେ ୫ ଡିଗ୍ରିକୁ ପାରଦ ଖସିଛି। ଶୀତ ବଢିବାରେ ଲାଗିଛି। ଜାଡ। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ...

temperature dropped again

temperature dropped again Photograph: (sambad.in)

ଘୁ.ଉଦୟଗିରି: ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ କନ୍ଧମାଳ ଜିଲ୍ଲାର ତଥା ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହର ଚଳିତ ବର୍ଷ ଚର୍ଚ୍ଚାରେ ରହିଆସିଛି।

ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହେବା ସହ ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଥିବା ବେଳେ  ଶୀତ ଲେଉଟିଛି।
ଗତକାଲି ଘୁ.ଉଦୟଗିରି ସହରର ପାରଦ ୫.୮ଡିଗ୍ରି ଥିବା ବେଳେ ଆଜି ୦.୪ଡିଗ୍ରି ତଳକୁ ଖସି ୫.୪ଡିଗ୍ରି ରେକର୍ଡ କରାଯିବା ସହ ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଭାବେ ଘୁ.ଉଦୟଗିରି ଅଞ୍ଚଳ ଜାଡ଼ରେ ଥରୁଛି। ପ୍ରବଳ ଥଣ୍ଡା ସାଙ୍ଗକୁ ସାରା ଅଞ୍ଚଳ କୁହୁଡିମୟ  ହୋଇଯାଇଛି।

ଆହୁରି ପଢ଼ନ୍ତୁ:Additional Powers to Police: ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦ: ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଓଡ଼ିଶା ବସ୍ ମାଲିକ ସଂଘର ଧର୍ମଘଟ ଧମକ

ଜଙ୍ଗଲ ପାହାଡ଼ ପର୍ବତ ଘେରା ଏହି ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଥିବା ବେଳେ ଶୀତ ପଡିଲେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗେ। ଗତକାଲି ଠାରୁ ପ୍ରବଳ ଜାଡ ଯୋଗୁ ଗରିବ ଲୋକ ନିଆଁ ଭରସାରେ ରହୁଛନ୍ତି।

ସଞ୍ଜ ନଇଁଲେ ରାସ୍ତାଘାଟ ଜନଶୁନ୍ୟ

ସଞ୍ଜ ନଇଁଲେ ବଜାର ଶୁନ୍ ଶାନ ହେବା ସହ ରାସ୍ତାଘାଟ ବଜାର ଜନଶୁନ୍ୟ ହୋଇଯାଏ।ବିନା ଗରମ ପୋଷାକରେ ବାହାରକୁ ବାହାରିବା କଷ୍ଟସାଧ୍ୟ।ପ୍ରବଳ ଥଣ୍ଡା ପଡିବା ପରେ ଗରମ ପୋଷାକର ଚାହିଦା ବଢ଼ିବାରେ ଲାଗିଛି।

ଶୀତ ବଢ଼ିବା ପୂର୍ବାନୁମାନ

ଆଗାମୀ ଦିନରେ ପାରଦ ଆହୁରି ଖସିବା ସହ ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦିନ ହେଉ କି ରାତି କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ରହୁଥିବା ବେଳେ ରାତି ପାହିଲେ ଚାହା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ଥଣ୍ଡାରୁ ଟିକିଏ ଆସ୍ୱସ୍ତି ପାଇଁ କପେ ଚାହା ପିଇ କିଛି ସମୟ ନିଆଁ ପାଖରେ ବସି ଖଟି କରିବାର ମଜ୍ଜା ନିଆରା।

ପର୍ଯ୍ୟଟକଙ୍କ ଭିଡ଼ ଜମୁଛି

ସାରା ଅଞ୍ଚଳରେ ସ୍ଥାନେ ସ୍ଥାନେ ନିଆଁର ସାହାରାରେ ଲୋକ ବସୁଥିବା ଦେଖିବାକୁ ମିଳୁଛି। ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଅଞ୍ଚଳ।ସହର ଅପେକ୍ଷା ଗ୍ରାମାଞ୍ଚଳ ମାନଙ୍କରେ ଥଣ୍ଡାର ପ୍ରକୋପ ଆହୁରି ଅଧିକ ରହୁଥିବା ସୂଚନା ମିଳିଛି।ଥଣ୍ଡା ପଡିବା ପରେ ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର କଳିଙ୍ଗା ଘାଟି,ଝାଉଁ ବଣ, କାଲିଗାଡୁ ହିଲଟପ, ସିର୍କୀ ଇକୋ ପାର୍କରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ବିଶେଷ କରି କଳିଙ୍ଗା ଘାଟି,କାଲିଗାଡୁ ହିଲଟପ ରେ ସକାଳୁ ସକାଳୁ ବାହାର ଜିଲ୍ଲାର ପର୍ଯ୍ୟଟକ ଘାଟିରେ ପହଞ୍ଚି ଏହାର ମାନରୋମ ଦୃଶ୍ୟ ଉପଭୋଗ କରିବା ସହ ସେଲଫି ପଇଣ୍ଟ ରେ ସେଲଫି ନେବା ଫୋଟ ଉଠେଇବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ:Boy Performing Stunt:ମା’ କାନ୍ଧରେ ଛିଡ଼ା ହୋଇ ଷ୍ଟଣ୍ଟ ଦେଖାଉଥିବା ବେଳେ ଖସି ପଡ଼ିଲେ ବାଳକ; ଭାଙ୍ଗିଗଲା ଅଣ୍ଟାର ହାଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe