ପୁଣି ବଢ଼ିଲା ତାତି: ମାଲକାନଗିରିରେ ୩୫ ଡିଗ୍ରି ଟପିଲା

ପୁଣି ବଢ଼ିଲା ତାତି: ମାଲକାନଗିରିରେ ୩୫ ଡିଗ୍ରି ଟପିଲା

Photo by : amazonaws.com

ଭୁବନେଶ୍ୱର : ବଢ଼ିଲା ତାପମାତ୍ରା। ଗତକାଲି ଅପେକ୍ଷା ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୧ରୁ ୨ ଡିଗ୍ରି ଏପାଖ ସେପାଖ ହୋଇଛି। ମାଲକାନଗିରି ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଡେଇଁଛି। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ୧୬ଟି ସହରର ତାପମାତ୍ରା ଆଜି ୩୦ ଡିଗ୍ରି ଉପରେ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦିନର ପାଗ ଶୁଖିଲା ରହିବ। ପୂର୍ବାହ୍ନ ୧୧ଟାରେ ପରେ ତାପମାତ୍ରା ବଢ଼ିବ। ଅପରାହ୍ନ ଗୋଟିଏରୁ ଦୁଇଟା ମଧ୍ୟରେ ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିବ। ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବ। ୨୦୦ ମିଟର ପରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ। ଏଥିପ୍ରତି ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ମାଲକାନଗିରି ବ୍ୟତୀତ ବାଲେଶ୍ୱର ଓ କେନ୍ଦୁଝରଗଡ଼ରେ ୩୦, କଟକ ଓ ତାଳଚେରରେ ୩୧, ଭୁବନେଶ୍ୱରରେ ୩୨.୨, ଗୋପାଳପୁରରେ ୩୨.୫, ପୁରୀ ଓ ହୀରାକୁଦରେ ୩୦.୬, ଅନୁଗୁଳରେ ୩୨.୭, ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୧.୨, ଭବାନୀପାଟଣାରେ ୩୦.୨, ବଲାଙ୍ଗିରରେ ୩୧.୭, ସୋନପୁରରେ ୩୧.୮ ଓ ଢେଙ୍କାନାଳରେ ୩୦.୬ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ୧୬ ଡିଗ୍ରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe