୩ ସହର ତାପମାତ୍ରା ୪୦ ଡିଗ୍ରି

ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

European Commission - europa.eu

ଭୁବନେଶ୍ବର : ଭୁବନେଶ୍ବର ସମେତ ବାରିପଦା ଓ ମାଲକାନଗିରିର ସର୍ବୋଚ୍ଚ ତାପମାତ୍ରା ଆଜି ୪୦ ଡିଗ୍ରି ଛୁଇଁଛି। କେତେକ ସହର ତାପମାତ୍ରା ୩୮ ଡିଗ୍ରି ଟପିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏଭଳି ପାଗ ଜାରି ରହିବ। ତେବେ ହୋଲିରେ ରାଜ୍ୟର କେତେକ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ଆଶଙ୍କା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗୁରୁବାର ସକାଳ ସମୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ସାରା ରାଜ୍ୟରେ ପାଗ ମୁଖ୍ୟତଃ ଖରାଟିଆ ରହିବ। ୨୮ ଓ ୨୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ପବନ ହେବାକୁ ଥିବା ଏବେଠାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe