ଖସୁଛି ପାରଦ, ବଢ଼ୁଛି ଶୀତ; ଶୀତୁଆ ଉତ୍ତରା ପବନରେ ଥରୁଛି ମୟୂରଭଞ୍ଜ

Advertisment

୧୦ ଡିଗ୍ରୀ ତଳେ ତାପମାତ୍ରା, ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ

୧୦ ଡିଗ୍ରୀ ତଳେ ତାପମାତ୍ରା, ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ

ଖସୁଛି ପାରଦ, ବଢ଼ୁଛି ଶୀତ; ଶୀତୁଆ ଉତ୍ତରା ପବନରେ ଥରୁଛି ମୟୂରଭଞ୍ଜ

ବାରିପଦା: ସଦରମହକୁମା ବାରିପଦା ସମେତ ପୁରା ଜିଲ୍ଲାରେ ପାରଦ ତଳକୁ ଖସିବାରେ ଲାଗିଛି। କାଲୁଆ ପବନ କାରଣରୁ ଜାଡ଼ ବଢ଼ିବାରେ ଲାଗିଛି। ବିଳମ୍ବରେ ହେଉ ପଛେ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଅବସ୍ଥିତ ମୟୂରଭଞ୍ଜରେ ଶୀତ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ଦୁଇ ତିନି ଦିନ ହେବ ଥଣ୍ଡାର ପ୍ରକୋପ ବଢ଼ିଛି। ଶୁକ୍ରବାର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ ରହିଥିବା ବେଳେ ଗତକାଲି ଏହା ୮.୫ ଡ଼ିଗ୍ରୀକୁ ଖସି ଆସିଛି।

publive-image

ଦୁଇ ଦିନ ହେବ ସକାଳ ସମୟରେ ଉତ୍ତର ଦିଗରୁ ଶୀତୁଆ କୋହଲା ପବନ ପ୍ରବାହୀତ ହେବାରେ ଲାଗିଛି । ସନ୍ଧ୍ୟା ସମୟରୁ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ସକାଳ ସମୟରେ ମଧ୍ୟ ରାସ୍ତାଘାଟରେ ଜନସାଧାରଣ ଚଳପ୍ରଚଳ ହ୍ରାସ ପାଇଛି । ଆଜି ରବିବାର ଛୁଟି ଦିନରେ ଲୋକେ ୯ଟା ପରେ ଘରୁ ପଦାକୁ ବାହାରିବା ଆରମ୍ଭ କରିଥିଲେ । ମେଘମୁକ୍ତ ଆକାଶ ରହିଥିଲେ ମଧ୍ୟ ସୂର୍ଯ୍ୟଙ୍କ କିରଣ ଦେହକୁ ଲାଗୁ ନ ଥିଲା । ବାୟୁ ମଣ୍ଡଳ ଧୂଆଁଳିଆ ରହିଥିଲା । ସନ୍ଧ୍ୟା ଓ ସକାଳ ସମୟରେ ବୟସ୍କ ଓ ଛୋଟ ପିଲାମାନେ ନିଆଁ ଜାଳି ଶରୀରକୁ ଉଷମ କରୁଥିବାର ପରିଲକ୍ଷିତ ହୋଇଥିଲା । ଏଥି ସହିତ ବଜାରରେ ସୋଏଟର, ଜ୍ୟାକେଟ, କମ୍ବଳ, ଚଦର ଆଦି ଗରମ ପୋଷାକ ଓ ବସ୍ତ୍ରର ବିକ୍ରି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳିଛି। ଏପରି କୁହୁଡ଼ି ଆଗାମୀ କିଛି ଦିନ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି। ସେହିପରି ଥଣ୍ଡାର ମାତ୍ରା ମଧ୍ୟ ଅଧିକ ରହିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe