DNA India
ଭୁବନେଶ୍ବର : ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଥିବା ବେଳେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ବିଶେଷ ସମ୍ଭାବନା ନଥିବାରୁ ଦିନ ତାପମାତ୍ରାରେ ବୃଦ୍ଧି ସହ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହୋଇପାରେ। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଜଳୀୟବାଷ୍ପ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା କରାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୧୮ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଅଧିକ ଘନୀଭୂତ ହୋଇ ୧୯ ତାରିଖ ଆଡ଼କୁ ଲଘୁଚାପର ରୂପ ନେଇପାରେ ବୋଲି ଆକଳନ କରାଯାଉଛି। ଏଥିସହ ଆସନ୍ତା ଦୁଇ ଦିନରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
Skymet Weatherପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଏବେ କିଛି ଦିନ ପାଗ ଶୁଖିଲା ରହିବ। ୧୯ ତାରିଖ ଯାଏ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ୧୮ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୧୯ ତାରିଖରେ ଲଘୁଚାପ ଓ ୨୦ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ। ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ମଧ୍ୟ ନେଇପାରେ। ୨୧ ତାରିଖରେ ଓଡ଼ିଶା ସ୍ଥଳ ଭାଗରେ ରହିବ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼କୁ ମୁହାଁଇବ। ଏହାର ପ୍ରଭାବରେ ରାଜ୍ୟରେ ୧୯ ତାରିଖରେ ବର୍ଷା ଆରମ୍ଭ ହେବ। ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ। ୨୩ ତାରିଖରେ ଉପକୂଳରେ ବର୍ଷା ଲାଗି ରହିବା ବେଳେ ସୀମାନ୍ତବର୍ତୀ ଉତ୍ତର ଆଭ୍ୟନ୍ତରରେ ୨୨ରୁ ବର୍ଷା କମିଯିବ। ଉପକୂଳରେ ସ୍ଥାନେ ସ୍ଥାନେ ଭାରି ବର୍ଷା ହୋଇପାରେ।
ସମସ୍ତ ଉପକୂଳ ଜିଲ୍ଲା, ଉପକୂଳ ସଂଲଗ୍ନ ଜିଲ୍ଲା ଯଥା, ଦେବଗଡ଼, ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ାରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସମୁଦାୟ ବର୍ଷା ୧୦୦ ମିମି ହେବା ବେଳେ ଦକ୍ଷିଣ ଆଭ୍ୟନ୍ତରରେ ୬୦ରୁ ୯୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼ରେ ସମ୍ଭବତଃ ସବୁଠାରୁ କମ୍ ବର୍ଷା ହୋଇପାରେ। ୨୨ ଓ ୨୩ ତାରିଖରେ ଦିନର ତାପମାତ୍ରା ବିଶେଷ ଭାବେ କମି ପାଗ ପ୍ରାୟତଃ କୋହଲା ରହିବ। ୨୩ ତାରିଖ ପରେ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ବିଶେଷ କମିବ। ପ୍ରାୟତଃ ୩୦ ମିମି ସମୁଦାୟ ବର୍ଷା ହେବାର ସମ୍ଭାବନା ରହିଛି।
Follow Us