ଭୁବନେଶ୍ଵର: ରାଜ୍ୟର ତାତି ଫେବ୍ରୁଆରି ମାସରୁ ବଢ଼ିବାରେ ଲାଗିଛି। ସକାଳେ ଘଣ୍ଟାଏ ଦିଘଣ୍ଟା ପାଇଁ ଘନ କୁହୁଡ଼ି ପରେ ତାତି ବୃଦ୍ଧି ପାଉଛି। ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରି ସେଲସିୟସ୍ ଟପିଛି ।
ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଫେବ୍ରୁଆରି ୭ ତାରିଖରେ କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି ।
ବୁଧବାର ମାଲକାନଗିରି ଓ ବଲାଙ୍ଗୀରରେ ସର୍ବାଧିକ ତାତି ୩୬ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି । ସମ୍ବଲପୁର, ହୀରାକୁଦ ଓ ଝାରସୁଗୁଡ଼ାରେ ୩୫.୯, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୩୫.୫, ସୋନପୁରରେ ୩୫.୨, ଅନୁଗୁଳରେ ୩୫.୧ ଓ ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ରେକର୍ଡ ହୋଇଥିଲା ।
ଅଧିକ ପଢ଼ନ୍ତୁ: ଅଭିଷେକଙ୍କୁ ଜନ୍ମ ପରେ ଜଣ୍ଡିସ ହୋଇଥିଲା!: ଅମିତାଭ ବିରଳ ଫଟୋ ସେୟାର କଲେ
ସେହିପରି ଭୁବନେଶ୍ୱର, ତାଳଚେର ଓ ବୌଦ୍ଧରେ ୩୩.୮, କୋରାପୁଟରେ ୩୩.୨, ଫୁଲବାଣୀରେ ୩୨.୯, ଯାଜପୁରରେ ୩୨.୮, ବାରିପଦାରେ ୩୨.୬, ଛତ୍ରପୁରରେ ୩୨.୭, କେନ୍ଦୁଝରରେ ୩୨.୩, କଟକ ଓ ପୁରୀରେ ୩୧.୮, ଦାରିଙ୍ଗିବାଡ଼ିରେ ୩୧.୫ଡିଗ୍ରୀ ରେକର୍ଡ ହୋଇଛି।
ଅଧିକ ପଢ଼ନ୍ତୁ: ମୋଦୀ ବିରୋଧୀ ଦଳରେ ବସିଲେ ମୋ ତପସ୍ୟା ସଫଳ ହେବ: କଂଗ୍ରେସ ନେତା ପବନ ଖେରାଙ୍କ 'ସ୍ୱପ୍ନ'