୪୮ ଘଣ୍ଟା ପରେ ପୁଣି ବଢ଼ିବ ତାତି

ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

European Commission - europa.eu

ଭୁବନେଶ୍ବର : ରାଜ୍ୟର ଅନେକ ସ୍ଥାନରେ ଗତକାଲି ବର୍ଷା ହୋଇଯାଇଛି। ବିଶେଷକରି ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଯୋଗୁଁ ପାଗ ଥଣ୍ଡା ରହିଛି। ଏଥିସହ ରାଜ୍ୟର ତାପମାତ୍ରା ପୁଣିଥରେ ୪୦ ଡିଗ୍ରିକୁ ଖସି ଆସିଛି। ଆଜି ରାଜ୍ୟର ସ‌ର୍ବୋଚ୍ଚ ତାପମାତ୍ରା ଭୁବନେଶ୍ବରଠାରେ ୩୯.୭ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୪୮ ଘଣ୍ଟା ଧରି ରାଜ୍ୟରେ ମୁଖ୍ୟତଃ ଭାବେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହା ପରେ ତାପମାତ୍ରା ଧୀରେଧୀରେ ବୃଦ୍ଧି ପାଇବ।

ଅନ୍ୟପକ୍ଷେ ଅବଶିଷ୍ଟ ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ଆସନ୍ତାକାଲି ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, କୋରାପୁଟ, ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ଆସନ୍ତାକାଲି ଅପରାହ୍‌ଣ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିପାଇଁ ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାପରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିନ୍ତୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଏହାପରେ ଧୀ‌ରେଧୀରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଆସନ୍ତାକାଲି ପରେ ପରବର୍ତ୍ତୀ ୨ ଦିନ ରାଜ୍ୟରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟର ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ପରିଲକ୍ଷିତ ହେବ। ଏହା ପରେ ୧୯ ତାରିଖ ଆଡ଼କୁ ପୁଣିଥରେ ରାଜ୍ୟ‌ରେ କାଳବୈଶାଖୀ ବର୍ଷା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୩୦ରୁ ୪୦ କିମି ରହିବ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଧା ଓ ପୁରୀରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆସନ୍ତାକାଲି ରାଜଧାନୀର ପାଗ ମେଘୁଆ ରହିବ। ଅପରାହ୍‌ଣ ଆଡ଼କୁ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe