ଭୁବନେଶ୍ୱର: ଶୀତ ପୁଣି ଫେରିବ। ରାଜ୍ୟରେ ତାପମାତ୍ରା କମିବ। ଶନିବାରଠାରୁ ରାତି ତାପମାତ୍ରା  ୨ରୁ ୪ ଡିଗ୍ରି ହ୍ରାସ ପାଇବା ସହିତ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଛି।  ୯ ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ପୁଣି ବଢ଼ିବ ବୋଲି ପାଣିପାଗ  ବିଶେଷଜ୍ଞ କହିଛନ୍ତି । 

Advertisment

ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରରେ ୯ ତାରିଖରୁ ରାତି ତାପମାତ୍ରା କମିବ। ୧୦ ତାରିଖରୁ  ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା କମିବାର ସମ୍ଭାବନା ରହିଛି। ଏହାଯୋଗୁ ଶନିବାର  ସ୍ୱଳ୍ପ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଦକ୍ଷିଣ  ଆଭ୍ୟନ୍ତରରେ ୮ ତାରିଖରେ ସ୍ୱଳ୍ପ କୁହୁଡ଼ି  ଦେଖାଯିବ।

ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ୭ରୁ ୯ ତାରିଖ ମେଘୁଆ  ପାଗ ରହିବ। ୯ରେ ଉତ୍ତର ଉପକୂଳରେ ପାଗ ମେଘୁଆ ରହିବ। ୭ରୁ ଦକ୍ଷିଣ ପୂର୍ବ  ଆଭ୍ୟନ୍ତରରେ, ୮ରୁ ୯ ଯାଏ ଦକ୍ଷିଣ ପଶ୍ଚିମ ଆଭ୍ୟନ୍ତରରେ ଓ ୯ରୁ ୧୦ ଯାଏ ପଶ୍ଚିମ  ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

୭ ତାରିଖରେ ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁରରେ ବର୍ଷା ହୋଇପାରେ । ୮ ତାରିଖରେ  ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ବୋଲି ଡ. ସାହୁ କହିଛନ୍ତି । ସେହିଭଳି ୯ ତାରିଖରୁ ଥଣ୍ଡା ବଢ଼ିବ। ୧୦ ଓ ୧୧ ତାରିଖରେ ଅଧିକ ଶୀତ ଅନୁଭୂତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କହୁଛି, ୭ ତାରିଖରେ ଜଗତ୍‌ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ  ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ।

ଅଧିକ ପଢ଼ନ୍ତୁ: ଅଦିନିଆ ବର୍ଷା ନେଇ ଚାଷୀଙ୍କ ଚିନ୍ତା ବଢ଼ିଲା: ଏକର ଏକର ଚାଷ ଜମିରେ ପାଣି ଭର୍ତ୍ତି 

୮ ତାରିଖରେ ଗଞ୍ଜାମ,ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ, ନୂଆପଡ଼ା ଓ ବଲାଙ୍ଗୀରରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । 

୯ ତାରିଖରେ ଗଞ୍ଜାମ, ଗଜପତି, କଟକ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଅଧିକ ପଢ଼ନ୍ତୁ: ଏନକାଉଣ୍ଟର ନୁହେଁ ୭ ନକ୍ସଲଙ୍କୁ ବିଷ ଦିଆଯାଇଥିଲା: ୯ରେ ତେଲେଙ୍ଗାନା ବନ୍ଦ ଡାକରା