ଆଜିଠାରୁ ପୁଣି ବଢ଼ିବ ତାପମାତ୍ରା

Advertisment
ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

European Commission - europa.eu

ଭୁବନେଶ୍ବର : ଗତକାଲି ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିଥିବା ବେଳେ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। କିନ୍ତୁ ଆଜି ଏହା ପୁଣି ଥରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି ଅପରାହ୍ନ ଆଡ଼କୁ ମ‌ାଲକାନଗିରି, କୋରାପୁର, ରାୟଗଡ଼ା,ନବରଙ୍ଗପୁର, ଗଜପତି, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଗତକାଲି ଆଭ୍ୟନ୍ତରୀଣ ଓଡ଼ିଶା ଯଥା, ବାଲେଶ୍ବର, ଯାଜପୁର, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଜି କିଛି କିଛି ସ୍ଥାନରେ ବର୍ଷା ହେବା। କିନ୍ତୁ ଏହାପରେ ରାଜ୍ୟରେ ପାଗ ଶୁଖିଲାପଡ଼ିବ। ଫଳରେ ଆଭ୍ୟନ୍ତରୀଣ ଓଡ଼ିଶା ବ୍ୟତୀତ ରାଜ୍ୟର ପ୍ରାୟ ଅଞ୍ଚଳରେ ତାପାମାତ୍ରା ବଢ଼ିବ। ଆଜି ରାଜଧାନୀର ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ତାପମାତ୍ରା ମଧ୍ୟ କମିଥିଲା। ଆସନ୍ତକାଲି ମଧ୍ୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁ୍ଆ ରହିବ ଓ ତାପମାତ୍ରା ୩୪ ଡିଗ୍ରି ପାଖାପାଖି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe