ଭୁବନେଶ୍ବର: ଆସନ୍ତାକାଲି ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ବୃଦ୍ଧି ପାଇଛି। ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରାୟ ୧ରୁ ୪ ଡିଗ୍ରି ସେଲ୍‌ସିୟସ୍‌ ବୃଦ୍ଧି ପାଇଛି। 

Advertisment

Double Weather Attack: ପାଗର ଡବଲ ଆଟାକ୍: ଉତ୍ତରରେ ଥଣ୍ଡା-କୁହୁଡ଼ିର ଆତଙ୍କ ଥିବାବେଳେ ଦକ୍ଷିଣରେ ଘୂର୍ଣ୍ଣିଝଡ଼ 'ଦିଟୱା'ର ତାଣ୍ଡବ

ଓଡ଼ିଶାର ଅନ୍ୟ‌ କୌଣସି ଜିଲ୍ଲାରେ ‌ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ଘଟିନାହିଁ। ଆଜି ରାତିଠାରୁ ରାଜ୍ୟରେ ରାତି ପାରଦ ସ୍ତର ନିମ୍ନଗାମୀ ହୋଇପାରେ। ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିପାରେ। ଫଳରେ ରାଜ୍ୟକୁ ପୁଣି ଶୀତ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରିକୁ ବୃଦ୍ଧି ପାଇଥିବା ବେଳେ କଟକର ରହିଛି ୧୭.୬ ଡିଗ୍ରି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖାପାଖ ଅଞ୍ଚଳର ପାଗ ମେଘୁଆ ରହିପାରେ  ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Weather In G Udayagiri: ଜି. ଉଦୟଗିରିରେ ‘ଶୀତ’ର ପହିଲି ସ୍ପର୍ଶ; ତାପମାତ୍ରା ୧୨.୪ଡିଗ୍ରି ରେକର୍ଡ