୪ ଦିନ ଯାଏଁ ବଢ଼ିବନି ତାପମାତ୍ରା

Advertisment

ଆସନ୍ତା ୪ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଏଣୁ ତାପମାତ୍ରା ହ୍ରାସ ଯୋଗୁ ଶୀତ ପାଇଁ କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇ ନାହିଁ। ବରଂ ଆସନ୍ତାକାଲି ଘନକୁହୁଡ଼ି ଯୋଗୁ ଦୃଶ୍ୟତା ହ୍ରାସ ପାଇବାକୁ ଥିବାରୁ କଳାହାଣ୍ଡି...

www.skymetweather.com

ଭୁବନେଶ୍ବର: ଆସନ୍ତା ୪ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଏଣୁ ତାପମାତ୍ରା ହ୍ରାସ ଯୋଗୁ ଶୀତ ପାଇଁ କୌଣସି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇ ନାହିଁ। ବରଂ ଆସନ୍ତାକାଲି ଘନକୁହୁଡ଼ି ଯୋଗୁ ଦୃଶ୍ୟତା ହ୍ରାସ ପାଇବାକୁ ଥିବାରୁ କଳାହାଣ୍ଡି, ମନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହା ଛଡ଼ା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର, ଝାରସୁଗୁଡ଼ାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବା ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୮ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ନୂଆପଡ଼ାରେ ୩୨ଡିଗ୍ରି ରହିଛି। ଗତ କାଲିମଧ୍ୟ ସ୍ଥିତି ସମାନ ରହିଥିଲା। ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୟାଗଡ଼ ଓ ଫୁଲବାଣୀରେ ଘନ କୁହୁଡ଼ି ଦେଖାଦେଇଥିଲା। ଏଠାରେ ଦୃଶ୍ୟତା ୫୦ରୁ ୨୦୦ ମିଟର ରହିଥିବାରୁ ଜୀବନଯାତ୍ରା‌ ପ୍ରଭାବିତ ହୋଇଥିଲା। ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଥିଲା। ଏଠାରେ ଦୃଶ୍ୟତା ୫୦୦ମିରୁ ୧କିମି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe