Temperatures will rise again: Unbearable situation from March 29 Photograph: (sambad.in)
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି। ମାର୍ଚ୍ଚ ୨୯ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବାର ପୂର୍ବାନୁମାନ କରିଛି।
୨୯ ମାର୍ଚ୍ଚ ପାଇଁ ଆଇଏମଡିର ପୂର୍ବାନୁମାନ ଅନୁସାରେ, ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବାର ସମ୍ଭାବନା ଅଛି।
ମାର୍ଚ୍ଚ ୩୦ ପାଇଁ ଝାରସୁଗୁଡା, ସମ୍ବଲପୁର, ସୋନେପୁର, ବୌଦ୍ଧ, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି।
ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମପବନ ସ୍ଥିତି ଜାରି ରହିବାର ସମ୍ଭାବନା ବହୁତ ଅଧିକ ରହିଛି। ମାର୍ଚ୍ଚ ୩୦ ପାଇଁ ଆଇଏମଡି ଏଭଳି ପୂର୍ବାନୁମାନ କରିଛି।
ଅଧିକ ପଢ଼ନ୍ତୁ: କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
୩୧ ମାର୍ଚ୍ଚ ପାଇଁ ଆଇଏମଡି ପୂର୍ବାନୁମାନ ଅନୁଯାୟୀ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ଅଧିକ ବୋଲି ଆଇଏମଡି କହିଛି।
ଅଧିକ ପଢ଼ନ୍ତୁ: କଂଗ୍ରେସ କର୍ମୀଙ୍କ ଉପରେ ଲୁହବୁହା ଗ୍ୟାସ୍-ପାଣି ତୋପ ମାଡ଼
IMD | imd bhubaneswar
Follow Us