ତତଲା ତାୱାରେ ଟିଟିଲାଗଡ଼; ତାପମାତ୍ରା ୪୦ ଡିଗ୍ରି ଉପରେ, ଆଗକୁ ସ୍ଥିତି ଆହୁରି ସଙ୍ଗିନ୍‌ ହେବ

Advertisment

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ମ୍ୟାଁମାର୍‌ ମୁହାଁ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ମ୍ୟାଁମାର୍‌ ମୁହାଁ

୧୨୦ ବର୍ଷରେ ସବୁଠାରୁ ଅଧିକ ଗରମ : ରିପୋର୍ଟ

India Today

ଭୁବନେଶ୍ୱର : ତତଲା ତାୱାରେ ସିଝୁଛି ଟିଟିଲାଗଡ଼। ରବିବାର ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୪ ଡିଗ୍ରିରେ ପହଞ୍ଚିଲାଣି। ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, ବାରିପଦା ସହରରେ ବି ତାତି ୪୦ ଡିଗ୍ରି ଉପରେ। ପୂର୍ବାହ୍ନ ହେବା କ୍ଷଣି ଟାଇଁଟାଇଁ ଖରାରେ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି। ଗ୍ରୀଷ୍ମ ଆରମ୍ଭରୁ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ ଆଗକୁ ସ୍ଥିତି ଆହୁରି ସଙ୍ଗିନ୍‌ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଟିଟିଲାଗଡ଼ ବ୍ୟତୀତ ବଲାଙ୍ଗୀରରେ ୪୧ଡିଗ୍ରି, ଅନୁଗୁଳରେ ୪୦.୧, ବୌଦ୍ଧ ଓ ବାରିପଦାରେ ୪୦, ସୋନପୁରରେ ତାପମାତ୍ରା ୩୯.୫, ତାଳଚେରରେ ୩୯, ଝାରସୁଗୁଡ଼ାରେ ୩୮.୮, ସମ୍ବଲପୁରରେ ୩୮.୬, ଭୁବନେଶ୍ୱରରେ ୩୭.୬ ଓ କଟକରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ପରିବର୍ତନ ହେବନି। ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ମାତ୍ର ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

publive-image

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟାର ବିପଦ ଓଡ଼ିଶା ତଥା ଭାରତର ମୁଖ୍ୟ ସ୍ଥଳଭାଗ ପ୍ରତି ନାହିଁ। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଆଣ୍ଡାମାନ ନିକୋବର, ବାଂଲାଦେଶ ଓ ମ୍ୟାଁମାର୍‌ ଉପରେ ପଡ଼ିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବ ଭାରତର ମୁଖ୍ୟ ଭୂ-ଭାଗ ପ୍ରତି କୌଣସି ବିପଦ ନଥିବା ଜଣାପଡ଼ିଛି। ସମ୍ଭାବ୍ୟ ବାତ୍ୟାର ଗତିପଥକୁ ନେଇ ସାଟେଲାଇଟ୍‌ ଚିତ୍ରରୁ ଆସିଥିବା ତଥ୍ୟ ଅନୁଯାୟୀ, ଭାରତର ମୁଖ୍ୟ ଭୂ-ଭାଗ ବ୍ୟତୀତ କେବଳ ଆଣ୍ଡାମାନ୍‌ ନିକୋବର ଦ୍ୱୀପପୁଞ୍ଜରେ ଅନୁଭୂତ ହେବ। ଏହାବାଦ୍‌ ବାତ୍ୟାଟି ମ୍ୟାଁମାର୍‌ ଓ ବାଂଲାଦେଶର ସ୍ଥଳ ଭାଗ ଦେଇ ଗତି କରିପାରେ। ବାତ୍ୟା ପ୍ରଭାବରେ ଆଣ୍ଡାମାନ ଓ ନିକୋବରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଆଣ୍ଡାମାନ ସମୁଦ୍ର ଓ ବଙ୍ଗୋପସାଗରରେ ମତ୍ସ୍ୟଜୀବୀକୁ ଯିବାକୁ ବାରଣ କରାଯାଇଛି। ଅପରାହ୍‌ଣ ୨ଟା ୩୦ରେ ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍‌ ଅନୁଯାୟୀ, ବାତ୍ୟାଟି ନିକୋବରଠାରୁ ୧୪୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ବର୍ତ୍ତମାନ ସେଠାରେ ଏକ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି। ମାର୍ଚ୍ଚ ୨୧ ତଥ‌ା ସୋମବାର ପୂର୍ବାହ୍ନ ସୁଦ୍ଧା ସାମୁଦ୍ରିକ ଝଡ଼ ଏବଂ ସନ୍ଧ୍ୟା ବେଳକୁ ବାତ୍ୟା ରୂପ ନେବ। ଘଣ୍ଟା ପ୍ରତି ୬୫ରୁ ୭୫ ବେଗ‌ରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୮୫ କିମି ଛୁଇଁବ। ୨୨ତାରିଖ ବେଳକୁ ଏହାର ପ୍ରକୋପ ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe