ଭୁବନେଶ୍ବରରେ ଅଭିଭାବକଙ୍କ ସହିତ ଧର୍ମାନୁଷ୍ଠାନ ଯାଇପାରିବେ ୧୫ରୁ କମ୍‌ ବର୍ଷ ବୟସର ପିଲା

ଭୁବନେଶ୍ବରରେ ଅଭିଭାବକଙ୍କ ସହିତ ଧର୍ମାନୁଷ୍ଠାନ ଯାଇପାରିବେ ୧୫ରୁ କମ୍‌ ବର୍ଷ ବୟସର ପିଲା

ଭୁବନେଶ୍ବର: ୧୫ବର୍ଷ ବୟସରୁ କମ୍‌ ପିଲାଙ୍କୁ ଏଣିକି ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମିଳିବ। ବାପା’ ମା ଓ ପରିବାରଙ୍କ ସହ ଏବେ ମନ୍ଦିରକୁ ଯାଇପାରିବେ ପିଲାମାନେ । ଏନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଛି। ଆସନ୍ତା ୧୨ ତାରିଖରୁ ସମସ୍ତ ଧର୍ମାନୁଷ୍ଠାନରେ ଏହା ଲାଗୁ ହେବ । ପିଲାଙ୍କର କୋଭିଡ ନିୟମ ପାଳନ କରିବାର ଦାୟିତ୍ୱ ଅଭିବାବକ ବା ପରିବାର ଲୋକଙ୍କର । ଆସନ୍ତା ୧୨ ତାରିଖରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଏମସି ଅନୁମତି ଦେଇଛି।

କରୋନା ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ  ପ୍ରବେଶ ପାଇଁ ଅନୁମତି ମିଳିବ। ଏପଟେ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏକାକାଳୀନ ୧୦୦ ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ା ଯିବାକୁ ନେଇ ମଧ୍ୟ ବିଏମସି ମଞ୍ଜୁରି ଦେଇଛି। କୋବିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ଧର୍ମାନୁଷ୍ଠାନକୁ ବିଏମସି ଦେଇଛି ନିର୍ଦେଶ। ରାଜ୍ୟରେ ସଂକ୍ରମଣର ହାର କମୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe