ଶନିବାର, ରବିବାର ଭକ୍ତଙ୍କୁ ମନ୍ଦିର ମନା; ସୋମବାରଠୁ ବଦଳିବ ମାଁ ସମଲେଇଙ୍କ ଦର୍ଶନ ସମୟ

Advertisment
ଶନିବାର, ରବିବାର ଭକ୍ତଙ୍କୁ ମନ୍ଦିର ମନା; ସୋମବାରଠୁ ବଦଳିବ ମାଁ ସମଲେଇଙ୍କ ଦର୍ଶନ ସମୟ

ସମ୍ବଲପୁର : କରୋନା କଟକଣାକୁ ଦୃଷ୍ଟିରେ ରଖି ମାଁ ସମଲେଶ୍ବରୀଙ୍କ ଦର୍ଶନରେ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ସପ୍ତାହାନ୍ତ ସଟ୍‌ଡାଉନ୍‌ କାରଣରୁ ଶନିବାର ଓ ରବିବାର ମାଁ ସମଲେଶ୍ବରୀଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ତେବେ ପୂଜକ ମାନେ ପୂଜା କାର୍ଯ୍ୟ ଯଥାବିଧି ସଂପାଦନ କରିବେ। ଏହା ସହିତ ସାଂଧ୍ୟ କର୍ଫ୍ୟୁ ପାଇଁ ଆସନ୍ତା ସୋମବାରଠୁ ମାଁଙ୍କ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି।

publive-image

ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ସୂଚନା ଅନୁଯାୟୀ ସୋମବାରଠୁ ଭକ୍ତମାନେ ସକାଳ ୬ରୁ ଦିନ ୧୧ଟା ୩୦ ଓ ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୫ଟା ୩୦ ଯାଏ ମାଁଙ୍କ ଦର୍ଶନ ପାଇ ପାରିବେ। ତେବେ, ମାଁ’ଙ୍କ ପୂଜାର୍ଚ୍ଚନା, ନୀତିକାନ୍ତି ପୂର୍ବ ଭଳି ପୂଜକମାନଙ୍କ ଦ୍ବାରା ଜାରି ରହିବ। ଭକ୍ତମାନେ ପୂର୍ବରୁ ଚୈତ୍ର ନବରାତ୍ର ଦୀପ ବସାଇ ସାରିଥିବାରୁ ସେଥିରେ କୌଣସି ସମସ୍ୟା ନାହିଁ। ତିନିରାତ୍ର ଦୀପ ପ୍ରଜ୍ଜ୍ବଳନ ମଧ୍ୟ ଯଥାବିଧି ହେବ। ଭକ୍ତଙ୍କ ମନ୍ଦିର ପ୍ରବେଶ ବେଳେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ହସ୍ତ ବିଶୋଧନକୁ କଡ଼ାକଡ଼ା ଲାଗୁ କରାଯିବ। ଯେମିତି ମନ୍ଦିରରେ ଅସ୍ବାଭାବିକ ଗହଳି ନହୁଏ ସେଥି ପାଇଁ ପଦକ୍ଷେପ ନିଆଯିବ। ଭକ୍ତମାନେ ପୂର୍ବ ଭଳି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ମାଁ’ଙ୍କ ସାଂଧ୍ୟ ଆଳତି ଦର୍ଶନ କରି ପାରିବେ ବୋଲି ଶ୍ରୀ ବାବୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe