ବାଲିଅନ୍ତା ଥାନାରେ ଦୁଇଦିନିଆ ରିମାଣ୍ଡରେ ଦୁଇ ଜଟଣୀ ମନ୍ଦିର ଲୁଟେରା

ବାଲିଅନ୍ତା ଥାନାରେ ଦୁଇଦିନିଆ ରିମାଣ୍ଡରେ ଦୁଇ ଜଟଣୀ ମନ୍ଦିର ଲୁଟେରା

ବାଲିଅନ୍ତା:ବାଲିଅନ୍ତା ଥାନା ପୁଲିସ ମନ୍ଦିର ଚୋରି ଘଟଣାର ସୁରାକ ପାଇବା ପାଇଁ ଦୁଇଜଣ ଲୁଟେରାଙ୍କୁ ଆଜି ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଲୁଟେରା ଦ୍ବୟ ହେଲେ ଜଟଣୀ ଅଞ୍ଚଳର ରମେଶ ଜେନା(୨୧) ଓ ପଦ୍ମଲୋଚନ ବେହେରା (୩୧)। ଉଭୟ ରମେଶ ଓ ପଦ୍ମଲୋଚନ  ଜଟଣୀ ଓ ଉପକଣ୍ଠ ଅଞ୍ଚଳରେ ଅନେକ ମନ୍ଦିର ଲୁଟ ଘଟଣାରେ ସଂପୃକ୍ତି ରଡିଥିବା ଜଣାଯାଇଛି। ଆଜି ପୂର୍ବାହ୍ନରେ ବାଳକାଟି ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀ ଖାନ ଜଟଣୀ ଜେଏମଏଫସି କୋର୍ଟରୁ ଉଭୟଙ୍କୁ ହେପାଜତକୁ ଆଣି ଥାନାରେ ପଚରାଉଚରା କରୁଛି। ଆସନ୍ତା କାଲି ‌ଅପରାହ୍ନରେ ଉଭୟ ରମେଶ ଏବଂ ପଦ୍ମଲୋଚନଙ୍କୁ ପୁଣି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳଛି। ଗତବର୍ଷ ଡିସେମ୍ବର ମାସରୁ ଫେବ୍ରୁ୍ଆରୀ ମାସ ମଧ୍ୟରେ ବାଲିଅନ୍ତା ଓ ବାଳକାଟି ଫାଣ୍ଡି ଅଞ୍ଚଳରୁ ୩ଟି ପ୍ରାଚୀନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି, ଲକ୍ଷାଧିକ ଟଙ୍କାର ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ସମେତ ଘଣ୍ଟ, ଘଣ୍ଟି, ପିତ୍ତଳ ବାସନ ଆଦି ମୂଲ୍ୟବାନ ପୂଜା ସାମଗ୍ରୀ ଲୁଟ ହୋଇଯାଇଥିଲା।

ସୂଚନାଯୋଗ୍ୟଯେ,ଡିସେମ୍ବର ମାସ ୧ ତାରିଖରେ ଭିଙ୍ଗାରପୁର ଚୌଧୂରୀ ବଂଶର ଆରାଧ୍ୟ ୩୦୦ ବର୍ଷ ତଳର ଗୋପୀନାଥ ଦେବ ମନ୍ଦିରରୁ ୧୨ଟି ଛୋଟବଡ଼ ଅଷ୍ଟଧାତୁ ମୂର୍ତ୍ତି ଓ ୧୫ ଲକ୍ଷ ଟଙ୍କାର ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ଲୁଟ ହୋଇଯାିଥିବା ଚୌଧୂରୀ ଦ୍ବାରିକା ନାଥ ଦାଶ ଏତଲାରେ ଦର୍ଶାଇଥିଲେ। ସେହିପରି ବାଳକାଟି ଫାଣ୍ଡି ଅଧୀନ ପ୍ରତାପଶାସନ ଗ୍ରାମର ଆରାଧ୍ୟ ଦେବତା ବାଲୁଙ୍କେଶ୍ବରଙ୍କ ମନ୍ଦିରରୁ ଏକଫୁଟ ଉଚ୍ଚତାର ପ୍ରଭୁ ଚନ୍ଦ୍ରଶେଖର ଓ ମା’ ପାର୍ବତୀଙ୍କ ଅଷ୍ଟଧାତୁ ମୂର୍ତ୍ତି  ଚୋରିଯାଇଥିବା ମନ୍ଦିର କମିଟି ଥାନାରେ ଅଭିଯୋଗ କରିଥିଲା। ‌ବାଲୁଙ୍କେଶ୍ବର ମନ୍ଦିର ଲୁଟର ମାତ୍ର କିଛିଦିନ ପରେ ହୀରାପୁର ମହାବୀର ମନ୍ଦିରରୁ ମୂଲ୍ୟବାନ ଜିନିଷପତ୍ର ଓ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଲୁଟ ହୋଇଯାଇଥିଲା। ପୁଲିସ ରିମୋଣ୍ଡରେ ଆଣିଥିବା ୩ଟିଯାକ ମନ୍ଦିର ଲୁଟ ସଂପର୍କରେ ରମେଶ ଓ ପଦ୍ମଲୋଚନ ସଂପୃକ୍ତି ଅଛି କି ନାହିଁ ସେ ନେଇ ମାରାଥନ ପଚରାଉଚରା କରୁଥିଲେ ମଧ୍ୟ ଏଯାଏ ସେଇ କୌଣସି ସୂଚନା ମିଳିନଥିବା ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ ବାଲିଅନ୍ତା ମନ୍ଦିର ଲୁଟ ଘଟଣାରେ ସେମାନଙ୍କର କିଛି ସଂପୃକ୍ତି ନଥିବା କହୁଥିବା କୁହାଯାଉଛି। ତେବେ ଆସନ୍ତା କାଲି ସୁଦ୍ଧା ପୁଲିସକୁ କିଛି ନୂଆ ତଥ୍ୟ ମିଳିବ ବୋଲି ପୁଲିସ ଆଶାବାଦୀ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା କାଲି ଅପରାହ୍ନରେ ଦୁହିଁଙ୍କୁ ଜଟଣୀ କୋର୍ଟକୁ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe