ମନ୍ଦିର ପୂଜକ କହିଲେ- ଭଗବାନଙ୍କ ସହ ମୋର ସାକ୍ଷାତ ହୋଇଛି, କରିବି ସମାଜ ସେବା

ମନ୍ଦିର ପୂଜକ କହିଲେ- ଭଗବାନଙ୍କ ସହ ମୋର ସାକ୍ଷାତ ହୋଇଛି, କରିବି ସମାଜ ସେବା

ଉମରକୋଟ: ଦୀର୍ଘ ୨୧ ଦିନ ହେଲାଣି ଐତିହାସିକ ପୋଡ଼ାଗଡ଼ ପାହାଡ ଠାରେ ତପସ୍ୟାରେ ବସିଛନ୍ତି କଳାଭୈରବ ଠାକୁରଙ୍କ ପୂଜକ ପୂର୍ଣ୍ଣ ପୂଜାରୀ। ଏଠାରେ ୨୧ ଦିନର ତପସ୍ୟା ପରେ କହିଛନ୍ତି, ଭଗବାନଙ୍କ ସହ ମୋର ସାକ୍ଷାତ ହୋଇଛି ଓ ସମାଜ ସେବାରେ ଏବେ ଜୀବନକୁ ଉତ୍ସର୍ଗ କରିଦେବି।

ନବରଂଗପୁର ଜିଲ୍ଲା ପୋଡ଼ାଗଡ ପୀଠଟି ହେଉଛି ସାଧୁ ସନ୍ୟାସୀ ମାନଙ୍କ ଧ୍ୟାନ ପୀଠ। ପ୍ରତି ବର୍ଷ ବିଭିନ୍ନ ଅଞ୍ଚଳରୁ ସାଧୁମାନେ ଏଠାକୁ ଆସି ତପସ୍ୟାରେ ବସନ୍ତି। ବର୍ତ୍ତମାନ ଚର୍ଚ୍ଚାରେ ଥିଲେ ଭୈରବ ମନ୍ଦିର ପଛ ପଟେ ଥିବା ବେଲ ଗଛ ମୂଳେ ଥିବା କଳାଭୈରବଙ୍କ ପୂଜକ ପୂର୍ଣ୍ଣ ପୂଜାରୀ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ପୂଜକ ଶ୍ରୀ ପୂଜାରୀ ଦୀର୍ଘ ୨୧ ଦିନ ଧରି କେବଳ କ୍ଷୀର ଆହାର କରି ତପସ୍ୟାରେ ବସିଥିଲେ। ବିଶ୍ଵ ଶାନ୍ତି ଓ ଜୀବନରେ ସୁସ୍ଥ ରହିବା ଓ ନିଜର ପିଣ୍ଡ ଓ ପ୍ରାଣ ସାଧନ ନିମନ୍ତେ ତପସ୍ୟାରେ ବସିଥିବା ଶ୍ରୀ ପୂଜାରୀ କହିଛନ୍ତି।

ଧ୍ୟାନ ସମୟରେ ପୋଡାଗୋଡର ଗୋବେଷକ ଶ୍ରୀ କୈଳାସ ଚନ୍ଦ୍ର ବେହେରା ତପସ୍ୟା ସ୍ଥଳୀକୁ ଯାଇ ପୂଜାରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ଓ ତପସ୍ୟାର କାରଣ ଜାଣିବା ପାଇଁ ଚାହିଁଥିଲେ। ପୂର୍ଣ୍ଣ ପୂଜାରୀଙ୍କୁ ଦେଖିବା ଓ ପୂଜା କରିବା ପାଇଁ ଆଖ-ପାଖ ଅଞ୍ଚଳରୁ ବହୁତ ଲୋକ ପ୍ରତିଦିନ ଆସୁଥିଲେ। ଆଜି ଗ୍ରାମବାସୀ ଓ ଅଲେଖ ଧର୍ମବାଳମ୍ବୀ ତପସ୍ୟା ସ୍ଥଳୀରେ ପହଞ୍ଚି ପୂଜାର୍ଚ୍ଚନା କରି ତପସ୍ୟାରୁ ଉଠାଇବା ସହ ନିଜ ଗାଁ ପୁଜାରୀଗୁଡାକୁ ବିରାଟ ପଟୁଆରରେ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe