ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିଶ୍ୱ ଦେଖିବ କଳା ଓ ସ୍ଥାପତ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବିଶ୍ୱ ଦେଖିବ କଳା ଓ ସ୍ଥାପତ୍ୟ

ପଥର ବି ଈଶ୍ୱରଙ୍କ ଉପାସନା କରିପାରେ। ଏହାର ନିଦର୍ଶନ ମିଳୁଛି ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ। ଉତ୍କୃଷ୍ଟ କଳାର ଭୂଖଣ୍ଡ ‘ଉତ୍କଳ’ ମନ୍ଦିର ନିର୍ମାଣ କୌଶଳରେ ଜଗତ ବିଖ୍ୟାତ । କଳା ଓ ସ୍ଥାପତ୍ୟ ହେଉଛି ଓଡ଼ିଆମାନଙ୍କର ସାଧନା ଓ ପୂଜା। ସେଇଥି ପାଇଁ କାହିଁ କେଉଁ ସମୟରୁ ଏ ଜାତିର ତ୍ରାଣକର୍ତ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓଡ଼ିଆ ଜାତି ନିର୍ମାଣ କରିଥିଲା କଳା ସ୍ଥାପତ୍ୟର ଅନନ୍ୟ ବିଭବ ଶ୍ରୀମନ୍ଦିର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆରମ୍ଭରୁ ହିଁ ଏଥିରେ କଳିଙ୍ଗ ଶ୍ରେଣୀୟ ମନ୍ଦିର ନିର୍ମାଣ ଶୈଳୀକୁ ପ୍ରାଧାନ୍ୟ ଦେବା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ସେଇଥି ପାଇଁ ପରିକ୍ରମା ପ୍ରକଳ୍ପର ପ୍ରତିଟି କାର୍ଯ୍ୟରେ ଓଡ଼ିଶାର ସ୍ୱତନ୍ତ୍ର ନିର୍ମାଣ ଶୈଳୀର ଝଲକ ଦେଖିବାକୁ ମିଳୁଛିା ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଓ ପ୍ରଯତ୍ନରେ ଏହି ପରିକ୍ରମା ପ୍ରକଳ୍ପ ମାଧ୍ୟମରେ କଳିଙ୍ଗର ସ୍ଥାପତ୍ୟ ଆଉଏକ ଉଚ୍ଚତର ସୋପାନକୁ ଉନ୍ନୀତ ହୋଇ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏହିସବୁ କାର୍ଯ୍ୟକୁ ନିର୍ମାଣର ପ୍ରଥମ ଦିନରୁ ହିଁ ୫-ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ସ୍ୱତନ୍ତ୍ର ଭାବରେ ନିରୀକ୍ଷଣ କରିଆସୁଛନ୍ତି। ଯେଉଁଭଳି ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିବ ଓ ଏକ ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳାର ଉଦାହରଣ ହୋଇପାରିବ ସେଥିପ୍ରତି ୫-ଟି ଅଧ୍ୟକ୍ଷ ଆରମ୍ଭରୁ ଯତ୍ନବାନ ରହିଆସିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମନ୍ଦିର ନିର୍ମାଣରେ ସ୍ୱତନ୍ତ୍ର ଭାବେ ବ୍ୟବହୃତ ହେଉଥିବା ଖୋଣ୍ଡଲାଇଟ୍‌ ପଥରର ବ୍ୟବହାର ହୋଇଛି। ଏହି ପଥର ସ୍ୱତନ୍ତ୍ର ଭାବେ କେବଳ ଓଡ଼ିଶାରେ ମିଳିଥାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏହି ପଥର ଅଣାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ବ୍ୟବହାର ହୋଇଛିା ପରିକ୍ରମା ପ୍ରକଳ୍ପ ମଧ୍ୟରେ ଥିବା ବିଭିନ୍ନ ମୂର୍ତ୍ତି, ଖମ୍ବ, ପରିକ୍ରମା ବାଡ଼, ବିଦ୍ୟୁତ୍‌ ଗୃହ, ଶୌଚାଳୟ, ବସିବା ସ୍ଥାନ, ମଣ୍ଡପ, ମୁକ୍ତାକାଶ ମଞ୍ଚ ଆଦିଏହି ଖୋଣ୍ଡଲାଇଟ୍‌ ପଥରରେ ନିର୍ମାଣ କରାଯାଇଛି। ପରିକ୍ରମା ପ୍ରକଳ୍ପରେ ମୁଖ୍ୟ ସ୍ଥପତି ଭାବରେ କାର୍ଯ୍ୟରତ ଶ୍ରୀ ଭବାନୀ ମିଶ୍ର ବିକେ ଆର୍ଟ କଲେଜର ୬୦ ଜଣ ସ୍ଥପତିଙ୍କୁ ତାଲିମ ଦେବା ପରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରାଯାଇଛି । ଶ୍ରୀସେତୁ, ଶ୍ରୀଦାଣ୍ଡ ତଥା ପରିକ୍ରମା ପ୍ରକଳ୍ପର ବିଭିନ୍ନ ସ୍ଥାନରେ ସେହି ମୂର୍ତ୍ତିଗୁଡିକ ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ ଓ ପୂଜ୍ୟପୂଜାର ନିଦର୍ଶନ ସମଗ୍ର ବିଶ୍ୱକୁ ଉପସ୍ଥାପିତ କରାଯାଇଛି ।

publive-image

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ଜୀବ ପଥରଗୁଡିକ ଓଡ଼ିଶାର ଗର୍ବ ଓ ଗୌରବ। କଳା, ସଂସ୍କୃତି, ଐତିହ୍ୟ ଓ ସ୍ୱାଭିମାନର ଜୀବନ୍ତ ବାର୍ତ୍ତାବହ ଭାବେ ରୂପାନ୍ତରିତ ହୋଇଛନ୍ତି ଏହି ସବୁ ପଥରମୂର୍ତ୍ତି। ଏଥିପାଇଁ ୫-ଟି ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରତିଟି ଦିଗକୁ ଅତି ପାଖରୁ ନିରୀକ୍ଷଣ କରିଆସୁଛନ୍ତିା ଏହି ପ୍ରକଳ୍ପ ଯେପରି ଭାବେ ଓଡ଼ିଆ ସ୍ୱାଭିମାନର ଏକ ପ୍ରତୀକ ହେଇପାରିବ ସେଥିପ୍ରତି ସର୍ବଦା ଯତ୍ନବାନ ରହିଆସିଛନ୍ତିା ସ୍ଥାପତ୍ୟ କଳାର ଚରମ ନିଦର୍ଶନ ହେଉଛି ଶ୍ରୀମନ୍ଦିରା ପଥରରେ କେଉଁସ୍ତରର ସୃଜନଶୀଳତା ସମ୍ଭବ ହୋଇପାରେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତା’ର ଅସଂଖ୍ୟ ପ୍ରମାଣ ଯୋଗାଉଛି । କଳିଙ୍ଗର କଳା ଓ ଏହାର ମନ୍ଦିର ନିର୍ମାଣ ଶୈଳୀ ବିଶ୍ୱବିଦିତ ହେଉ ସେଥିପାଇଁ ସର୍ବଦା ଚେଷ୍ଟିତ ରହି ଆସିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ପ୍ରସ୍ତର କଳା ଓ ସ୍ଥପତି ଏହି ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ତାହାର ଶିଖର ଛୁଇଁବାକୁ ଯାଉଛିା

ପ୍ରଭୁଙ୍କ କରୁଣାରୁ କାମ କରିବାର ସୁଯୋଗ ପାଇଛି
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ମତେ ଏହି ସୁଯୋଗ ମିଳିଛି। ମୋର ମନେ ହେଉଛି ଏହି ମୂର୍ତ୍ତି ସବୁ ଜୀବନ୍ତ ଭାବେ ଜଗନ୍ନାଥ ଭକ୍ତିରେ ଲୀନ ଅଛନ୍ତି ା ସେହି ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିଶ୍ୱସ୍ତରୀୟ ହୋଇପାରିଛି ା
ଭବାନୀ ମିଶ୍ର, ଭୁବନେଶ୍ୱର (ମୁଖ୍ୟ ସ୍ଥପତି )
ପ୍ରଭୁଙ୍କ ଆଜ୍ଞାରେ ସବୁ କାର୍ଯ୍ୟ କରୁଛି
ମୋ ଜୀବନର ଏହା ସୌଭାଗ୍ୟ ଯେ ମୁଁ ସୁଦୂର ମୟୂରଭଞ୍ଜରୁ ପ୍ରଭୁ ଜଗନ୍ନାଥଙ୍କ ସେବା କରିବା ପାଇଁ ପୁରୀ ଆସିଛିା ମହାପ୍ରଭୁଙ୍କ ଆଜ୍ଞାରେ ହିଁ ମୁଁଏହି କାର୍ଯ୍ୟ କରିପାରୁଛିା। ମତେ ଲାଗୁଛି ମୋର ଏହି ନିର୍ମାଣ କାର୍ଯ୍ୟ ହିଁ ମହାପ୍ରଭୁଙ୍କୁ ମୋର ପୂଜା ା ମୋ ଜୀବନ ଧନ୍ୟ ହେଇଛିା
ସନ୍ତୋଷ ନାଏକ, ମୟୂରଭଞ୍ଜ(କାରିଗର )
ଏଠାରେ କାମ କରିବା ମହାପ୍ରଭୁଙ୍କ ଲୀଲା
ବିହାରରୁ ଆସି ପୁରୀରେ, ତାହା ପୁଣି ପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟ କରିବି ବୋଲି କେବେ ଭାବିନଥିଲି। ଏଠାରେ ଯେଉଁ ଗତିରେ କାର୍ଯ୍ୟ ଚାଲିଛି ତାହା ମୋତେ ଆଶ୍ଚର୍ଯ୍ୟ କରୁଛି । ଏହା କେବଳ ଶ୍ରୀଜଗନ୍ନାଥଙ୍କ ଅଲୌକିକ ଲୀଳା। ଅନ୍ୟଥା ମୋ ପରି ସାମାନ୍ୟ ମଣିଷଏଭଳି କାର୍ଯ୍ୟ କରିବାକୁ ସୁଯୋଗ ପାଇବ ବା କେଉଁଠୁ! ମତେ ଲାଗୁଛି ଜଗନ୍ନାଥ ହିଁ ମତେ ତାଙ୍କ ଚରଣରେ ଶରଣ ଦେଇଛନ୍ତିା
ସୋନେଲାଲ କୁମାର, ପାଟଣା, ବିହାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe