ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ମନ୍ଦିର ପୂଜକଙ୍କ ପରଲୋକ, କାନ୍ଧ ଦେଲେ ଦଶ ଝିଅ

Advertisment
ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ମନ୍ଦିର ପୂଜକଙ୍କ ପରଲୋକ, କାନ୍ଧ ଦେଲେ ଦଶ ଝିଅ

ଗାଇସିଲାଟ୍‌ : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିରର ପୂଜକ ଘାସିରାମ ପାଣିଗ୍ରାହୀ (୯୪ ବର୍ଷ)ଙ୍କ ପରଲୋକ ଘଟିଛି। ସେ ଗୋଟିଏ ଗ୍ଲାସ୍‌ କ୍ଷୀର ଏବଂ ଗୋଟିଏ ରୁଟିରେ ଦୀର୍ଘ ୧୨ ବର୍ଷ ପର୍ଯ୍ୟନ୍ତ ସୁସ୍ଥତାର ସହ ବଂଚି ରହିଥିଲେ। ସେ ଜଣେ ଧର୍ମପରାୟଣ ତଥା ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ତାଙ୍କର କେହି ପୁଅ ନଥିବା ବେଳେ କେବଳ ଦଶ ଗୋଟି ଝିଅ ଅଛନ୍ତି।

ସ୍ୱର୍ଗତ ପାଣିଗ୍ରାହୀ ତାଙ୍କର ସମସ୍ତ ଦଶ ଗୋଟି ଝିଅଙ୍କୁ ଉଚ୍ଚ ଶିକ୍ଷିତା କରିବା ସହ ସମାଜରେ ପ୍ରତିଷ୍ଠିତ କରିଛନ୍ତି। ବିୟୋଗ ଖବର ପାଇ ତାଙ୍କର ସମସ୍ତ ଝିଅ ମେଲଛାମୁଣ୍ଡାସ୍ଥିତ ବାସଭବନକୁ ପହଂଚି କୋକେଇକୁ ନିଜ କାନ୍ଧରେ ଗାଁ ମଶାଣି ପର୍ଯ୍ୟନ୍ତ ବୋହି ନେଇଥିଲେ। ନିଜ ମୃତ ପିତାଙ୍କୁ ଦଶ ଝିଅ କାନ୍ଧ ଦେବାର ଦୃଶ୍ୟ ଅଂଚଳବାସୀଙ୍କୁ ବେଶ୍‌ ପ୍ରେରଣା ଦେଇଛି। ତାଙ୍କ ଜ୍ୱାଇଁ ତଥା ବର୍ତମାନର ମନ୍ଦିର ପୂଜକ ଗୌରାଙ୍ଗ ପଣ୍ଡା ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe