ଆନନ୍ଦପୁର : ଘସିପୁରା ବ୍ଲକ୍ ବଳରାମପୁର ପଞ୍ଚାୟତ ନଦୁଆଁ ଗ୍ରାମରେ ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳିଯାଇଛି। ଶୁକ୍ରବାର ଦିନ ସାଢ଼େ ଗୋଟାଏବେଳେ ଏକ ବାଉଁଶ ବୁଦାରେ ପ୍ରଥମେ ନିଆଁ ଲାଗିଥିଲା। ପବନରେ ନିଆଁଝୁଲ ଉଡ଼ି ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ ରମେଶ ସାହୁ, ସୁରେଶ ସାହୁ, ଭାଗୀରଥି ସାହୁ, ଅନଙ୍ଗ ନାୟକ, ପନ୍ନଙ୍ଗ ନାୟକ, ପଦ୍ମନାଭ ନାୟକଙ୍କ ୧୦ ବଖରା ଘର ପୋଡ଼ିଯାଇଛି। ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘସିପୁରା ଓ ଆନନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ ପରେ ବିପନ୍ନ ପରିବାର ବେସାହାରା ହୋଇପଡ଼ିଛନ୍ତି। ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us