ବାତ୍ୟାଞ୍ଚଳକୁ ଗଲେ ୧୦ ବରିଷ୍ଠ ଅଧିକାରୀ

୩୬ ଘଣ୍ଟାରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ; ଓଡ଼ିଶାରେ ପବନ କମ୍‌, ବର୍ଷା ଅଧିକ

Bengal Daily

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା 'ୟାସ୍‌' ଆସନ୍ତା ୨୬ ତାରିଖରେ ଓଡ଼ିଶା ଉପକୂଳର ସ୍ଥଳଭାଗ ଛୁଇଁବ। ବାତ୍ୟା ଯୋଗୁଁ ୫ଟି ଜିଲ୍ଲାରେ ବେଶି କ୍ଷୟକ୍ଷତି ହେବା ଅନୁମାନ କରାଯାଉଛି। ସେସବୁ ଜିଲ୍ଲାରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ବରିଷ୍ଠ ଆଇଏଏସ୍‌ଙ୍କୁ ସମ୍ପୃକ୍ତ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବ ମିଳିଥିବାବେଳେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲାରେ ରିଲିଫ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ବ ଦିଆଯାଇଛି। ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କୁ ଭଦ୍ରକ ଜିଲ୍ଲା, ଯୁବ ଓ କ୍ରୀଡ଼ା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କୁ ବାଲେଶ୍ବର ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବ ମିଳିଛି। ସେହିପରି ୫ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ଏହି ୫ଟି ଜିଲ୍ଲାର ଜିଲ୍ଲା ପୁଲିସକୁ ସହାୟତା କରିବା ପାଇଁ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ଆଇପିଏସ୍‌ ଜେ.ଏନ୍‌ ପଙ୍କଜଙ୍କୁ କେନ୍ଦ୍ରାପଡ଼ା, ଅମିତାଭ ଠାକୁର ଜଗତସିଂହପୁର, ଅମିତେନ୍ଦ୍ରନାଥ ସିହ୍ନା ଭଦ୍ରକ, ଦିପ୍ତେଶ କୁମାର ପଟ୍ଟନାୟକ ବାଲେଶ୍ବର ଓ ଅନିରୁଦ୍ଧ କୁମାର ସିଂହଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe