ଘରୋଇ ବିଦ୍ୟାଳୟରେ ପଶିଲା କରୋନା, ୧୦ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

Advertisment
ଘରୋଇ ବିଦ୍ୟାଳୟରେ ପଶିଲା କରୋନା, ୧୦ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଘରୋଇ ବିଦ୍ୟାଳୟରେ ପଶିଲା କରୋନା। ଦେବଗଡ଼ସ୍ଥିତ ଏକ ଘରୋଇ ବିଦ୍ୟାଳୟରୁ ମଙ୍ଗଳବାର ୧୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସଂକ୍ରମିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡିଛି। ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧର ବ୍ୟବସ୍ଥା କରାଯିବା ସହିତ କୋଭିଡ ନିୟମ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ଏହା ସହିତ ଆବଶ୍ୟକ ପଡିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ୧୮ ତାରିଖ ଦିନ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା। ଗତକାଲି ପୁଣି ଥରେ ଅନ୍ୟମାନଙ୍କର ସ୍ବାବ୍‌ ଟେଷ୍ଟ କରାଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe