ୟୁପିର ୧୦ଶ୍ରମିକଙ୍କୁ ଉଦ୍ଧାର କରି ଘରକୁ ପଠାଗଲା

Advertisment
ୟୁପିର ୧୦ଶ୍ରମିକଙ୍କୁ ଉଦ୍ଧାର କରି ଘରକୁ ପଠାଗଲା

ବ୍ରହ୍ମପୁର : ଉତ୍ତରପ୍ରଦେଶ(ୟୁପି)ର ଭାଦୋଇ ଜିଲ୍ଲାର ୧୦ଜଣ ଶ୍ରମିକଙ୍କୁ ସଦର ଥାନା ପୁଲିସ ଉଦ୍ଧାର କରି ଜିଲ୍ଲା ପ୍ରଶାସନର ସହଯୋଗରେ ଘରକୁ ପଠାଇବା ବ୍ୟବସ୍ଥା କରିଛି। ଶ୍ରମ ବିଭାଗ ତରଫରୁ ପ୍ରତ୍ୟେକ ଶ୍ରମିକଙ୍କ ଘର ଠିକଣା ରଖାଯାଇ ସେମାନଙ୍କୁ ଘରକୁ ଫେରିବା ପାଇଁ ସମସ୍ତ ସୁବିଧା କରାଯାଇଛି।

ୟୁପିର ପ୍ରାୟ ୧୦ଜଣ ଶ୍ରମିକ ଗତ ୨ମାସ ତଳେ ତାମିଲନାଡୁର କାଞ୍ଚିପୁରମ୍‌ ଯାଇ ସେଠାରେ ଏକ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଗତ କିଛିଦିନ ହେବ ଶ୍ରମିକମାନଙ୍କୁ ଠିକାଦାର ଜଣକ ନିର୍ଯାତନା ଦେବା ସହ ଖାଇବା, ପିଇବାକୁ ଦେଇ ନଥିଲେ। ଫଳରେ ସେମାନେ ନିଜ ଭିଟାମାଟିକୁ ଫେରିବା ପାଇଁ ଯୋଜନା କରିଥିଲେ। କାଞ୍ଚିପୁରମ୍‌ରୁ ବ୍ରହ୍ମପୁର ଆସୁଥିବା ଏକ ଟ୍ରକ୍‌କୁ ଲିଫ୍ଟ ମାଗି ବୁଧବାର ସକାଳେ ଶ୍ରମିକମାନେ ବ୍ରହ୍ମପୁରରେ ପହଞ୍ଚିଥିଲେ। ବ୍ରହ୍ମପୁର ଫାଷ୍ଟଗେଟ୍‌ରେ ଓହ୍ଲାଇବା ପରେ ସେମାନେ ଆସିକା ପଟେ ଚାଲିଚାଲି ଯାଉଥିବା ବେଳେ ଆଙ୍କୁଶପୁର ଗ୍ରାମ ନିକଟରେ କିଛି ଲୋକ ତାଙ୍କୁ ଦେଖି ତାଙ୍କ ଠିକଣା ପଚାରିବା ସହ ସଦର ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି ଥାନାକୁ ନେଇ ଖାଇବାକୁ ଦେବା ସହ ଜିଲ୍ଲା ଶ୍ରମ ବିଭାଗକୁ ଖବର କରିଥିଲା। ବ୍ରହ୍ମପୁର ଶ୍ରମ ଅଧିକାରୀ ବାବୁଚରଣ ପାତ୍ର ତାଙ୍କ ଟିମ୍‌ ସହ ସଦର ଥାନାରେ ପହଞ୍ଚି ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ। ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଏକ ଗାଡ଼ିରେ ଶ୍ରମିକଙ୍କୁ ଭୁବନେଶ୍ବର ପଠାଯାଇଥିଲା। ସେଠାରେ ଟ୍ରେନ୍‌ ଟିକଟ କରି ସମସ୍ତଙ୍କୁ ସେମାନଙ୍କ ଘରକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe