କଟକରେ ପୁଣି ଟେଣ୍ଡର ଫିକ୍ସିଂ!

Advertisment

ଧଳସାମନ୍ତ ଗିରଫ ପରେ ଲାଗିଥିଲା ଅଙ୍କୁଶ, ସିଏମ୍‌ସିର ୫୦ଟି କାମ ପାଇଁ ଟେଣ୍ଡର; ସବୁ ଆବେଦନ ଏକ୍ସେସ୍‌

ଧଳସାମନ୍ତ ଗିରଫ ପରେ ଲାଗିଥିଲା ଅଙ୍କୁଶ, ସିଏମ୍‌ସିର ୫୦ଟି କାମ ପାଇଁ ଟେଣ୍ଡର; ସବୁ ଆବେଦନ ଏକ୍ସେସ୍‌

ପୌର ନିଗମରେ ୪୮୪ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ଦ୍ବନ୍ଦ୍ବ: କେଉଁ ବର୍ଗରେ କେତେ ନିଯୁକ୍ତି ସୂଚନା ନାହିଁ

Sambad

କଟକ : କଟକରେ ପୁଣି ଆରମ୍ଭ ହୋଇ ଯାଇଛି ଟେଣ୍ଡର ଫିକ୍ସିଂ। କଟକ ମହାନଗର ନିଗମର ବିଭିନ୍ନ କାମ ପାଇଁ ଯେଉଁ ଟେଣ୍ଡର ଦାଖଲ କରାଯାଇଛି, ସେଥିରେ ଏବେ ଏ ପ୍ରକାର ଆଶଙ୍କା ସୃଷ୍ଟି ହୋଇଛି। ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ ଗିରଫ ହେବା ପରଠାରୁ କଟକରେ ଟେଣ୍ଡର ଫିକ୍ସିଂ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଟେଣ୍ଡର ଫିକ୍ସିଂ କରୁଥିବା ଗ୍ୟାଙ୍ଗଷ୍ଟର ଓ ସହଯୋଗୀ ପୁଲିସ କାର୍ଯ୍ୟାନୁଷ୍ଠାନରେ ଛତ୍ରଭଙ୍ଗ ଦେଇଥିଲେ। ଫଳରେ ବିଭିନ୍ନ ସରକାରୀ ସଂସ୍ଥା ଦ୍ବାରା ହେଉଥିବା ଟେଣ୍ଡର କାର୍ଯ୍ୟରେ ତାହାର ପ୍ରଥମ ପ୍ରତିଫଳନ ଦେଖିବାକୁ ମିଳିଥିଲା। ଠିକାଦାରମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ସ୍ବରୂପ ସରକାରୀ ଧାର୍ଯ୍ୟ ଦରଠାରୁ କମ୍ ଦରରେ ସେମାନେ ଆବେଦନ କରୁଥିଲେ। ଏବେ କିନ୍ତୁ ପୁଣି ପୂର୍ବସ୍ଥିତିକୁ ଟେଣ୍ଡର କାରବାର ଫେରିବା ଆରମ୍ଭ କରିଛି। ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ‌ଦରରେ ସବୁ ଠିକାଦାର ଆବେଦନ କରୁଛନ୍ତି।

publive-image Sambad

କଟକ ମହାନଗର ନିଗମର ୨ଟି ଡିଭିଜନ୍‌ରେ ୫୦ଟି କାମ ପାଇଁ ଟେଣ୍ଡର ଡକାଯାଇଛି। କିନ୍ତୁ ସବୁ କାମରେ ସମସ୍ତ ଠିକାଦାର ସିଡ୍ୟୁଲ୍‌ ରେଟ୍‌ରେ କିମ୍ବା ଅଧିକ ରେଟ୍‌ରେ କାମ ପକାଇଛନ୍ତି। ପୂର୍ବରୁ ସମାନ ଠିକାଦାର ସମାନ ପ୍ରକାର କାମ ପାଇଁ ୧୪.୯୯ ପ୍ରତିଶତ କମ୍‌ରେ ଟେଣ୍ଡର ପକାଇଥିବା ବେଳେ ଏବେ ସେହି ଏକା ପ୍ରକାରର କାମ ପାଇଁ ସିଡ୍ୟୁଲ୍‌ ରେଟ୍‌ କିମ୍ବା ତା’ଠାରୁ ଅଧିକ ରେଟ୍‌ରେ ଟେଣ୍ଡର ପଡିଛି। ସୂଚନା ଅନୁସାରେ ସିଏମ୍‌ସିର ଡିଭିଜନ୍‌ ୧ ଓ ୨ରେ ମୋଟ ୫୦ଟି କାମ ପାଇଁ ଗତମାସ ସେପ୍ଟେମ୍ବର ୯ ତାରିଖରେ ଟେଣ୍ଡର ଡକାଯାଇଥିଲା। ଡିଭିଜନ୍‌-୧ରେ ୧୩ଟି ଓ ଡିଭିଜନ୍‌-୨ରେ ୩୭ଟି କାମ ପାଇଁ ଟେଣ୍ଡର ହୋଇଥିଲା। ଏଥିରେ ସିଏମ୍‌ସିର ବିଭିନ୍ନ ୱାର୍ଡରେ ରାସ୍ତା, ଡ୍ରେନ, କଲଭର୍ଟ, କମ୍ୟୁନିଟି ହଲ୍‌, ୱାର୍ଡ ଅଫିସ ନିର୍ମାଣ ସହିତ ଇ-କ୍ଲାସ୍‌ରୁମ୍‌ ଓ ଲଇବ୍ରେରିର ମରାମତି ଆଦି କାମ ରହିଛି। ଡିଭିଜନ୍‌-୧ର ୧୩ଟି କାମର ଟେଣ୍ଡରରେ ୪୦ଜଣ ଠିକାଦାର ଅଂଶଗ୍ରହଣ କରିଥିବା ବେଳେ ଡିଭିଜନ୍‌-୨ର ୩୭ଟି କାମରେ ୨୨୫ରୁ ଅଧିକ ଠିକାଦାର ଅଂଶଗ୍ରହଣ କରିଛନ୍ତି। କିଛି କାମରେ ୨ଜଣ ଠିକାଦାର ଅଂଶଗ୍ରହଣ କରିଥିବାବେଳେ ଆଉ କିଛି କାମରେ ୧୯ଜଣ ଠିକାଦାର ଅଂଶଗ୍ରହଣ କରିଛନ୍ତି। ମାତ୍ର ସବୁ କାମରେ ପ୍ରତ୍ୟେକ ଠିକାଦାର ସିଡ୍ୟୁଲ ରେଟ୍‌ ସହିତ ସମାନ କରି କିମ୍ବା ତାଠାରୁ ୫ରୁ ୧୨ ପ୍ରତିଶତ ଅଧିକ ରେଟ୍‌ରେ ଟେଣ୍ଡର ପକାଇଛନ୍ତି।

ଗତ ଜୁନ୍‌ ମାସ ୧୮ ତାରିଖରେ ଡକାଯାଇଥିବା ୨୧ଟି କାମର ଟେଣ୍ଡରରେ ଅଂଶଗ୍ରହଣ କରିଥିବା କିଛି ଠିକାଦାର ‌ସେପ୍ଟେମ୍ବରର ଟେଣ୍ଡରରେ ଭାଗ ନେଇଛନ୍ତି। ସମାନ ପ୍ରକାର କାମ ପାଇଁ ଜୁନ୍ ଟେଣ୍ଡରରେ ୧୪.୯୯ ପ୍ରତିଶତ କମରେ ଭାଗ ‌ନେଇଥିବା ‌ଠିକାଦାର ସେପ୍ଟେମ୍ବରର ଟେଣ୍ଡରରେ ୧୦ ପ୍ରତିଶତ ଅଧିକରେ ଅଂଶଗ୍ରହଣ କରିଛନ୍ତି। କାମ ଏକପ୍ରକାର ଓ ଠିକାଦାର ସମାନ ଥିବାବେଳେ ‌ସିଡ୍ୟୁଲ୍‌ ରେଟରେ ଏପରି କମ ଓ ଅଧିକ ହେବାକୁ ନେଇ ଏବେ ଅନେକ ପ୍ରଶ୍ନ ମୁଣ୍ଡ ଟେକୁଛି। ସିଏମ୍‌ସିର ୫୦ଟି କାମର ଟେଣ୍ଡରରେ ୨୬୫ରୁ ଅଧିକ ଠିକାଦାର ସିଡ୍ୟୁଲ୍‌ ରେଟରୁ ୫ରୁ ୧୦ ପ୍ରତିଶତ ଅଧିକ ରେଟ୍‌ରେ ଅଂଶଗ୍ରହଣ କରିବା ଟେଣ୍ଡର ଫିକ୍ସିଂ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଅନ୍ୟପଟେ ଟେଣ୍ଡରରେ କୌଣସି ଫିକ୍ସିଂ କରାଯାଇ ନାହିଁ। ଠିକାଦାରଙ୍କୁ ଲଟେରି ସାହାଯ୍ୟରେ କାମ ମିଳିବ ବୋଲି ସିଏମ୍‌ସି ଡିଭିଜନ୍‌-୨ର ନିର୍ବାହୀ ଯନ୍ତ୍ରୀ ଇଂଜିନିୟର ଦିବ୍ୟ ରଂଜନ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe