ବିନା ଆବଣ୍ଟନରେ ଗୁପ୍ତ ଟେଣ୍ଡର୍‌

Advertisment

ଆରଡି ବିଭାଗରେ ମାର୍ଚ୍ଚ ମ୍ୟାଜିକ୍‌

ଆରଡି ବିଭାଗରେ ମାର୍ଚ୍ଚ ମ୍ୟାଜିକ୍‌

୧୧ କୋଟିର କାମ ପାଇଁ ୨୯୧ ଗୁପ୍ତ ଟେଣ୍ଡର, ଠିକାଦାର- ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା; ସରକାରଙ୍କ ଦେଢ଼ କୋଟି ସ୍ବାହା

West Coast Paper Mills Ltd.

ଯାଜପୁର : ଆରଡି ବିଭାଗରେ ମାର୍ଚ ମ୍ୟାଜିକ୍‌। ବିନା ଆବଣ୍ଟନରେ ହୋଇଛି କୋଟି କୋଟି ଟଙ୍କାର ଗୁପ୍ତ ଟେଣ୍ଡର। ଆଉ ମାତ୍ର ସପ୍ତାହକ ପରେ ଏସ୍‌ଡିଓ ଅବସର ନେବେ। ନିର୍ବାହୀ ଯନ୍ତ୍ରୀ ବଦଳି ପାଇଁ ମସୁଧା ଚଳାଇଛନ୍ତି। ଏଭଳି ସ୍ଥିତିରେ ମିଳିମିଶି କୋଟି କୋଟି ଟଙ୍କା ଚଳୁ କରିବା ପାଇଁ ଏକପ୍ରକାର ପ୍ରାରମ୍ଭିକ ଯୋଜନା ଆରମ୍ଭ ହୋଇଯାଇଛି। ଏକଥାକୁ ନେଇ ସମଗ୍ର ଜିଲ୍ଲାରେ ବିଭିନ୍ନ ମହଲରେ ଜୋରଦାର ଚର୍ଚା ଆରମ୍ଭ ହୋଇଯାଇଛି।

ସୂଚନା ଅନୁଯାୟୀ, ଆଉ ଦିନ କେଇଟା ପରେ ଶେଷ ହେବ ୨୦୧୭-୧୮ ଆର୍ଥିକ ବର୍ଷ। ଏହି ସୁଯୋଗରେ ଶହ ଶହ ଗୁପ୍ତ ଟେଣ୍ଡର୍‌ ଓ ମିଥ୍ୟା ବିଲ୍‌ କରି କୋଟି କୋଟି ଟଙ୍କା ଚଳୁ କରିଦେବାକୁ ଠିକାଦାର ଓ ଯନ୍ତ୍ରୀଙ୍କର ଅସାଧୁ ମେଣ୍ଟ ଲାଗି ପଡ଼ିଛନ୍ତି। ବିନା ଆବଣ୍ଟନରେ କୋଟି କୋଟି ଟଙ୍କାର ଗୁପ୍ତ ଟେଣ୍ଡର୍‌ ଚାଲିଛି। ବିଭିନ୍ନ ନିର୍ମାଣ ବିଭାଗରେ ଶହ ଶହ କୋଟି କୋଟି ଟଙ୍କା ଅନୁଦାନ କେବଳ କାଗଜପତ୍ରରେ କାମ ହୋଇଥିବା ଦର୍ଶାଇ ହଡ଼ପ ଚାଲିଛି। ମୁଷ୍ଟିମେୟ ଠିକାଦାର ଓ କେତେକ ଯନ୍ତ୍ରୀ ଅସାଧୁ ମେଣ୍ଟ କରି ଅନୁଦାନ ଲୁଟ୍‌ କରିବା ପାଇଁ ରାତିଦିନ ଏକ କରି ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ଜାରକା ଡିଭିଜନ୍‌ ଅଧୀନ କେବଳ ଚଣ୍ଡିଖୋଲ ଉପଖଣ୍ଡରେ ବିନା ଆବଣ୍ଟନରେ ୩ କୋଟିରୁ ଊର୍ଧ୍ୱ ଟଙ୍କାର ଗୁପ୍ତ ଟେଣ୍ଡର୍‌ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ଉପଖଣ୍ଡର ଏସଡ଼ିଓ ଅକ୍ଷୟ କୁମାର ବିଟ୍‌ ସପ୍ତାହ ପରେ ଚଳିତ ମାସ ୩୧ତାରିଖରେ ଅବସରରେ ନେବେ । ଅନ୍ୟପଟେ ନିର୍ବାହୀ ଯନ୍ତ୍ରୀ ମାର୍ଚ୍ଚ ମାସ ପରେ ବଦଳି ହୋଇ ପଳାଇବାକୁ ଲାଗିପଡ଼ିଛନ୍ତି। ଏହି ସୁଯୋଗରେ ଠିକାଦାରମାନେ ମୌକା ଉଣ୍ଡି ସବୁ ହାତେଇ ନେବାକୁ ଲାଗିପଡ଼ିଛନ୍ତି।

ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବା ସୁଯୋଗରେ ବିନା ଆଲଟମେଣ୍ଟରେ ଶହ ଶହ ଗୁପ୍ତ ଟେଣ୍ଡର କରାଯାଇ କୋଟି କୋଟି ଟଙ୍କା ଲୁଟ ଚାଲିଛି। ଅନୁସଂଧାନରୁ ଜଣାପଡ଼ିଛି ୨୦୧୨-୧୩ରେ ୭୩୯ ଗୁପ୍ତ ଟେଣ୍ଡର ହୋଇଥିବା ବେଳେ ୨୦୧୩-୧୪ରେ ୧୦୫୩ ଓ ୨୦୧୪-୧୫ ମସିହାରେ ୯୯୩ଟି ଗୁପ୍ତ ଟେଣ୍ଡର କରାଯାଇଛି। ୨୦୧୬-୧୭ ଠାରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଶହ ଶହ ଗୁପ୍ତ ଟେଣ୍ଡର କରାଯାଇଛି। ଏହି ବାବଦରେ ସମସ୍ତ ଦସ୍ତାବିଜ୍‌ ‘ସମ୍ବାଦ’ ଅନୁସଂଧାନ ଟିମ୍‌ ହାତରେ ଲାଗିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ଶହ ଶହ କୋଟି ଟଙ୍କାର ଘୋଟଲାର ପର୍ଦ୍ଦାଫାସ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe