୪ ମାସ ହେଲା ଚୂଡ଼ାନ୍ତ ହେଉନି ଟେଣ୍ଡର, କଳାପଥର ‌ସୈରାତ୍‌ ଟେଣ୍ଡର କେଁ

Advertisment

ତହସିଲଦାର ଗଲେ, ଭାରପ୍ରାପ୍ତ ତହସିଲଦାରଙ୍କ ବଦଳି ନିର୍ଦ୍ଦେଶ

ତହସିଲଦାର ଗଲେ, ଭାରପ୍ରାପ୍ତ ତହସିଲଦାରଙ୍କ ବଦଳି ନିର୍ଦ୍ଦେଶ

କଳାପଥରର କଳା କାରନାମା: ଭିଜିଲାନ୍ସ ରିପୋର୍ଟକୁ ନେଇ ପ୍ରଶାସନ ଅଡ଼ୁଆରେ

freedoniafocusreports.com

ଯାଜପୁର : ଆର୍ଥିକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲରୁ ଜୁଲାଇ) ଶେଷ ହେବାକୁ ଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର କଳାପଥର ସୈରାତ୍‌ ଟେଣ୍ଡର ଚୂଡ଼ାନ୍ତ ହୋଇପାରିନି। ଦୁଇ ଦୁଇଥର ଟେଣ୍ଡର ହୋଇଥିଲେ ମଧ୍ୟ ଲିଜ୍‌ଧାରୀଙ୍କ ନାମ ଘୋଷଣା ହେଉନି। ଏ ପଟେ କୋଟିକୋଟି ଟଙ୍କାର କଳାପଥର ଅହରହ ଲୁଟ୍‌ ଚାଲିଛି। ସରକାର ଆର୍ଥିକ ବର୍ଷର ପ୍ରଥମ ଚାରିମାସର ରୟାଲ୍‌ଟି ହରାଇଥିବା ବେଳେ ଏହା ମାଫିଆଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଛି। ତେବେ ପ୍ରଶାସନର ଏଭଳି ବିଳମ୍ବିତ ପଦକ୍ଷେପ ପଛର ଉଦ୍ଦେଶ୍ୟକୁ ନେଇ ନାନା ପ୍ରଶ୍ନ ଉଠୁଛି। କାହା ଚାପରେ ଖୋଲା ଟେଣ୍ଡରର ଗୋପନ କାରବାର କରାଯାଉଛି?

ରାଜ୍ୟର ଅନ୍ୟତମ ଧନୀ ତହସିଲ ଧର୍ମଶାଳାରେ ଶତାଧିକ କଳାପଥର ଖାଦାନ ଥିବାବେଳେ ହାତ ଗଣତି ଖାଦାନ ନିଲାମ ହେଉଛି। ଏହି ନିଲାମକୁ ମଧ୍ୟ ଆଇନର ଗଳାବାଟରେ ଅସାଧୁମେଣ୍ଟ ମୋଡ଼ି ମକଚି ଲୁଟ୍ କରିଚାଲିଛନ୍ତି। ଲଘୁ ଖଣିଜ କାରବାରକୁ ନିୟନ୍ତ୍ରଣ କରିବା ପାଇଁ ଗତବର୍ଷ ‌କରୋନା ସମୟରେ ୪ଟି ସ୍ଥାନରେ ଜନଶୁଣାଣି କରି ମତାମତ ନିଆଯାଇ ପ୍ରସ୍ତୁତି ହୋଇଥିଲା। ଏପରିକି ଗତ ମାର୍ଚରେ ସୈରାତର ଲିଜ୍ ସମୟ ସୀମା ପୂରଣ ହୋଇଯାଉଥିବାରୁ ଫେବ୍ରୁଆରି ୨୨ ତାରିଖରେ ୨୭ଟି ସୈରାତ ପାଇଁ ନିଲାମ ଆହ୍ବାନ କରାଗଲା। ଟେଣ୍ଡର ମାର୍ଚ ୨୩ରେ ଖୋଲାଯାଇଥିଲେ ହେଁ ମେ ମାସ ପର୍ଯ୍ୟନ୍ତ ଘୋଷଣା କରାଗଲା ନାହିଁ। ଶେଷରେ ବିଭିନ୍ନ କାରଣ ଦର୍ଶାଇ ମାତ୍ର ୨ଟି ସ‌ୈରାତ କୁନା ପ୍ରଧାନଙ୍କ ନାମରେ ଲିଜ୍ ଦିଆଯାଇ ଅନ୍ୟଗୁଡ଼ିକୁ ନାକଚ କରିଦିଆଗଲା।

ଏହି ଟେଣ୍ଡର ଫିକ୍ସଂ କାରବାରକୁ ବିରୋଧ କରି ତତ୍କାଳୀନ ତହସିଲଦାର ପ୍ରଶାନ୍ତ ସାମନ୍ତରାୟ ‌କେତେକ ଶାସକ ଓ ପ୍ରଶାସକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲେ। ଶେଷରେ ବ‌ର୍ଷେ ପୂରଣ ନହେଉଣୁ ଶ୍ରୀ ସାମନ୍ତରାୟଙ୍କୁ ତହସିଲଦାର ପଦବିରୁ ହଟାଇ ଦିଆଗଲା। ଗତ ଜୁନ୍ ୧୬ ତାରିଖରେ ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ୨୯ଟି ଖାଦାନ ପାଇଁ ଟେଣ୍ଡର ଆହ୍ବାନ କଲେ। ଗତ ୧୬ ତାରିଖରେ ଟେଣ୍ଡର ଖୋଲିଲା । ଏଥି ମଧ୍ୟରେ ୨ ସପ୍ତାହ ହେବାକୁ ବସିଲାଣି ଲିଜଧାରୀଙ୍କ ନାମ ଘୋଷଣା ହେଉନାହିଁ। ଅପର ପକ୍ଷେ ଭାରପ୍ରାପ୍ତ ତହସିଲଦାର ଶ୍ରୀ ମହାନ୍ତିଙ୍କର ବଦଳି ନିର୍ଦ୍ଦେଶ ଆସିଲାଣି। ଏଥର ଟେଣ୍ଡରରେ ସର୍ବାଧିକ ବିଡ୍ କରିଥିବା ଲିଜଧାରୀ ମଧ୍ୟ ନିଲାମରୁ ଅପସରି ଗଲେଣି। ଯାହାକି ଟେଣ୍ଡର ଫିକ୍ସିଂ ବୋଲି ଚର୍ଚ୍ଚା ହେଉଛି। କେଉଁ ଗୁପ୍ତ କାରବାର ପାଇଁ ଟେଣ୍ଡର ଚୂଡ଼ାନ୍ତରେ ବିଳମ୍ବ ହେଉଛି ଓ ଲିଜଧାରୀଙ୍କ ନାମ ଘୋଷଣା କରିବାକୁ ପ୍ରଶାସନ ଆଗପଛ ହେଉଛି? ଅନ୍ୟଏକ ସୂତ୍ରରୁ ଜଣାପଡ଼ିଛି ଏକାଧିକ ସୈରାତ୍‌ ପାଇଁ ଏଥର କେତେକ ମାଫିଆ ଆବେଦନ କରି ସଫଳ ହୋଇଛନ୍ତି। ଯେଉଁମାନଙ୍କ ନାମରେ ଏକାଧିକ ଖାଦାନ ଲୁଟ୍‌ର ମାମଲା ରହିଛି। ଏପରିକି ଧରାପଡ଼ିଛନ୍ତି ମଧ୍ୟ। ତେଣୁ ଲିଜ୍‌ଧାରୀଙ୍କ ନାମ ଘୋଷଣା କରାଯାଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe