ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି...

Tension at district headquarters hospital over maternal death

Tension at district headquarters hospital over maternal death Photograph: (sambad.in)

ଜଗତସିଂହପୁର: ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।  

ମୃତକ ହେଲେ ପାରାଦୀପଗଡ ଅଞ୍ଚଳର ଦୀପକ ଦଳେଇଙ୍କ ପତ୍ନୀ ରଶ୍ମିତା ନାଥ। ସ୍ବାମୀ ଦୀପକଙ୍କ  ଅନୁସାରେ ପତ୍ନୀ ରଶ୍ମିତା ସାଢେ ୪ ମାସର ଗର୍ଭବତୀ ଥିଲେ।

ରବିବାର ରାତି ସାଢେ ୧୧ଟାରେ ତାଙ୍କର ପେଟ ଯନ୍ତ୍ରଣା ହୋଇଥିଲା। ଗର୍ଭାଶୟ ବାହାରି ଆସିଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ପରିବାର ଲୋକ ତୁରନ୍ତ ତାଙ୍କୁ ଅଠରବାଙ୍କୀ ହସ୍ପିଟାଲ ନେଇଥିଲେ । 

ଅଧିକ ପଢ଼ନ୍ତୁ: ପଶ୍ଚିମବଙ୍ଗ ହିଂସାର ଝାରସୁଗୁଡ଼ା ଲିଙ୍କ୍: ବନହରପାଲିରେ ଏସଟିଏଫର ଛାନ୍‌ଭିନ୍, ମୁଖ୍ୟ ଅଭିଯୁକ୍ତଙ୍କ ୨ ପୁଅ ଅଟକ

ପରେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁ ଜୀବନ ଗଲା ବୋଲି ଅଭିଯୋଗ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଅଧିକ ପଢ଼ନ୍ତୁ: ସମ୍ବଲପୁରରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

Jagatsinghpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe