ଦାରିଙ୍ଗବାଡ଼ିରେ ବିଶ୍ରାମଗାର ନିର୍ମାଣ ନେଇ ୨ ଗୋଷ୍ଠୀ ମଧ୍ୟରେ ଉ‌ତ୍ତେଜନା; ଦୋକାନବଜାର ବନ୍ଦ

Advertisment
ଦାରିଙ୍ଗବାଡ଼ିରେ ବିଶ୍ରାମଗାର ନିର୍ମାଣ ନେଇ ୨ ଗୋଷ୍ଠୀ ମଧ୍ୟରେ ଉ‌ତ୍ତେଜନା; ଦୋକାନବଜାର ବନ୍ଦ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବାରେ ପ୍ରଶାସନଙ୍କ ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଆସୁଛି । ଏହାରି ମଧ୍ୟରେ ଦାରିଙ୍ଗବାଡ଼ି ବଣିକ ସଂଘ ଉକ୍ତ ଚାରିଛକରେ ଥିବା ଜମିକୁ ଦୁର୍ଗାମଣ୍ଡପ ଜମି ବୋଲି କହି ବିଶ୍ରାମଗାର ନିର୍ମାଣ କରିବାରେ ବାଧକ ହୋଇ ବିରୋଧ କରୁଥିବା ନେଇ ଉଭୟ ବଣିକ ସଂଘ ଓ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି।

publive-image

ଗତକାଲି ଉକ୍ତ ଜମିକୁ ବଣିକ ସଂଘ ପକ୍ଷରୁ ଜେସିବି ଲଗାଇ ସଫା ଓ ସମତଳ କରାଯାଉଥିଲା । ଏହାକୁ ବିରୋଧ କରାଯାଇଛି। ଏହି ଘଟଣାକୁ ନେଇ ଆଜି ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ଡା. ଅଶୋକ କୁମାର ଦାସ, ବିଡିଓ ଗଦାଧର ପାତ୍ର ଓ ଥାନା ଅଧିକାରୀ କୌଶିକ ମାଝୀଙ୍କ ଉପସ୍ଥିତିରେ  ଆଲୋଚନା ହୋଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ସାଧାରଣ ଜନତା ତହସିଲ କାର୍ଯ୍ୟାଳୟରୁ ଫେରି ଉକ୍ତ ଜମିକୁ ତାର ଜାଲିରେ ଆବଦ୍ଧ କରୁଥିଲେ । ଏହି ଖବର ଥାନା ଅଧିକାରୀ ବଣିକ ସଂଘ ପକ୍ଷରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରି ଆସନ୍ତାକାଲି ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ବନ୍ଦ କରିଥିଲେ ।

publive-image

ସୂଚନା ମୁତାବକ ଦୀର୍ଘ ବର୍ଷ ହେବ ବ୍ଳକର ବିଭିନ୍ନ ଅଞ୍ଚଳରୁ ବ୍ଳକ, ତହସିଲ ଓ ମେଡିକାଲ ସୁବିଧା ପାଇବା ପାଇଁ ଆସୁଥିବା ଲୋକଙ୍କ ପାଇଁ ବିଶ୍ରାମଗାର ଓ ଶୌଚାଳୟ ନିର୍ମାଣ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ବଣିକ ସଂଘଙ୍କ କଥାରେ ସହଯୋଗ କରି ଏହା ନକରି ସାଧାରଣ ଜନତାଙ୍କୁ ସମସ୍ୟାରେ ପକାଇଥିବା ନେତୃତ୍ବ ନେଉଥିବା ବ୍ୟକ୍ତି ଅଭିଯୋଗ କରୁଛନ୍ତି । ପ୍ରଶାସନଙ୍କ କାର୍ଯ୍ୟକୁ ଜନସାଧାରଣ ସହଯୋଗ କରୁଥିଲା ବେଳେ ଜନସାଧାରଣଙ୍କ ଆବଶ୍ୟକରେ ପ୍ରଶାସନ ଅସଯୋଗ କରୁଥିବା କହି ବର୍ତ୍ତମାନ ବ୍ଳକ ଅଞ୍ଚଳରେ ଉତେଜନା ପ୍ରକାଶ ପାଇବା ସହ ଆଗକୁ ପ୍ରଶାସନର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ବିରୋଧ କରିବ ପାଇଁ ଦାନବାନ୍ଧୁ ଥିବା ପ୍ରକାଶ ପାଇଛି । ଏହି ଘଟଣାରେ ବଣିକ ସଂଘ ପକ୍ଷରୁ ଅପରାହ୍ନ ଠାରୁ ଦାରିଙ୍ଗବାଡ଼ି ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe