ହୋଲିରେ ଠାକୁରଙ୍କ ଶୋଭାଯାତ୍ରା ସମୟରେ ଅଣ୍ଡାମାଡ; ଉତ୍ତେଜନା ଓ ରାସ୍ତାରୋକ

ହୋଲିରେ ଠାକୁରଙ୍କ ଶୋଭାଯାତ୍ରା ସମୟରେ ଅଣ୍ଡାମାଡ; ଉତ୍ତେଜନା ଓ ରାସ୍ତାରୋକ

ପାରଳାଖେମୁଣ୍ଡି/ଆରଉଦୟଗିରି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ବଡପଦା ଠାରେ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ହୋଇଛି। ଆଜି ପବିତ୍ର ହୋଲି ଉତ୍ସବରେ ପୂର୍ବାହ୍ନ ୧୧ଟା ବେଳେ ରାଧା ମନ୍ଦିରରୁ ବାହାରି ଠାକୁରଙ୍କ ବିମାନ ଓଡ଼ିଆସାହି ପରିକ୍ରମା କରୁଥିବା ସମୟରେ ଅଣ୍ଡାମାଡ଼କୁ ନେଇ ବଡ଼ପଦାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାପରେ ତୁରନ୍ତ ଓଡ଼ିଆସାହି ବାସିନ୍ଦା ନ୍ୟାୟ ପାଇଁ ରାସ୍ତା ଉପରେ ବସି ରାସ୍ତା ରୋକ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣା ଘଟିବାର ଅଧଘଣ୍ଟା ମଧ୍ୟରେ ସେରଙ୍ଗ ପୁଲିସ ପହଞ୍ଚି ଥିଲେ ମଧ୍ୟ ଘଟଣାର ସମାଧାନ ହୋଇନାହିଁ। ୨/୩ ଅଣ୍ଡାମାଡ ପରେ ଓଡ଼ିଆସାହିର ସୋନୁ କୁମାର କାର୍ଜୀ, ବିଷ୍ନୁ ପ୍ରିୟା ବେହେରା ପଥର ମାଡରେ ଆହତ ହୋଇଛନ୍ତି। ଯେଉମାନେ ଏନେଇ କିଛି ଜାଣିନାହାନ୍ତି ସେମାନେ ହୋଲି ଖେଳ ପରେ ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ ଏବଂ ୩ବାଇକ ମଧ୍ୟ ଭାଙ୍ଗିଛି। ଘଟଣା ଏପର୍ଯ୍ୟନ୍ତ ସମାଧାନ ହୋଇନଥିବାବେଳେ ଘଟଣାସ୍ଥଳରେ ଉପ-ଜିଲ୍ଲାପାଳ, ଅତିରିକ୍ତ ଏସପି, ରା ଉଦୟଗିରି ଏସଡିପିଓ ଦିଲୀପ କୁମାର ନାୟକ, ସେରଙ୍ଗ ଥାନାଧିକାରୀ ଉପସ୍ଥିତ ଅଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe