କରୋନା ପରୀକ୍ଷା ପାଇଁ ଆସି ଫେରୁଛନ୍ତି ରୋଗୀ, ଟିଟିଲାଗଡ଼ ଡାକ୍ତରଖାନାରେ ଉତ୍ତେଜନା

Advertisment
କରୋନା ପରୀକ୍ଷା ପାଇଁ ଆସି ଫେରୁଛନ୍ତି ରୋଗୀ, ଟିଟିଲାଗଡ଼ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିଅନୁସାରେ ଟିଟିଲାଗଡ଼ ଡାକ୍ତରଖାନାରେ କରୋନା ପରୀକ୍ଷଣ ହେଉନଥିବାରୁ ବହୁ ଲୋକ ନିରାଶ ହୋଇ ଫେରୁଛନ୍ତି। ଏହାକୁ ନେଇ ଗୁରୁବାର ଏହି ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ପ୍ରକାଶ ଯେ ଗୁରୁବାର ସକାଳ ୮ଟାରେ ବହୁ ଲୋକ ପରୀକ୍ଷଣ ପାଇଁ ଡାକ୍ତରଖାନାକୁ ଆସିଥିଲେ। କିନ୍ତୁ ସେଠାରେ ଦୈନିକ ୩୦ରୁ ଅଧିକ ପରୀକ୍ଷଣ ହୋଇ ପାରିବ ନାହିଁ ବୋଲି କର୍ମଚାରୀମାନେ କହିଥିଲେ। ଫଳରେ ସକାଳ ୬ଟା ଆସି ଲାଇନରେ ଲାଗିଥିବା ବହୁ ବ୍ୟକ୍ତି ନିରାଶ ହୋଇ ଫେରିଥିଲେ। ଜଣେ ଦଶବର୍ଷର ଶିଶୁ ଗତ ପାଞ୍ଚଦିନ ହେଲା ଜ୍ଵରରେ ଆକ୍ରାନ୍ତ ହୋଇ ବାନ୍ତି କରୁଛି। ତାକୁ ବହିର୍ବିଭାଗରେ ଥିବା ଡାକ୍ତର କରୋନା ପରୀକ୍ଷଣ ପାଇଁ ନିର୍ଦେଶ ଦେଇଛନ୍ତି। ହେଲେ ଆଣ୍ଟିଜେନ କିଟ ନଥିବା ଦର୍ଶାଇ ପରୀକ୍ଷା କରୁନଥିବା ଅଭିଯୋଗ ହୋଇଛି। ଅନେକ ବ୍ୟକ୍ତିଙ୍କ କରୋନା ଲକ୍ଷଣ ଥିଲେ ମଧ୍ୟ ପରୀକ୍ଷା କରାଯାଉ ନଥିବା କହିଛନ୍ତି।

ଏନେଇ ଟିଟିଲାଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ନାୟକ ଉପରୁ ନିର୍ଦେଶ ଥିବା ଜଣାଇ ଅସହାୟତା ପ୍ରକାଶ କରିଛନ୍ତି। ପରେ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ଡାକ୍ତରଖାନାରେ ପହଂଚି ସ୍ଥାନୀୟ ଲୋକଙ୍କ ସମସ୍ୟା ବିଷୟରେ ସ୍ଥାନୀୟ ବିଧାୟିକା ଓ ପ୍ରଶାସନକୁ ଜଣାଇଥିଲେ। ଏହାପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ପରୀକ୍ଷଣ ଅଧିକ ହୋଇଥିବା ଜଣାପଡ଼ିଛି। ଆଗକୁ ପ୍ରତିଦିନ ଶତାଧିକ ପରୀକ୍ଷଣ ହେବ ଏବଂ ଲକ୍ଷଣ ଥିଲେ ଆର୍‌ପିସିଆର୍‌ ପରୀକ୍ଷା ନିହାତି କରାଯିବ ବୋଲି ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe