ପୁଲିସ ଡିଜିଙ୍କ ବୈଠକରେ ଶ୍ରମିକଙ୍କ ଫେରିବା ଚିନ୍ତା

ପୁଲିସ ଡିଜିଙ୍କ ବୈଠକରେ ଶ୍ରମିକଙ୍କ ଫେରିବା ଚିନ୍ତା

କଟକ : ମେ ୩ ତାରିଖରେ ଲକ୍‌ଡାଉନ୍‌ ଉଠିଲା ପରେ ରାଜ୍ୟ ବାହାରେ ଫସି ରହିଥିବା ହଜାର ହଜାର ଶ୍ରମିକଙ୍କ ଫେରିବା ସମ୍ଭାବନା ରହିଛି। ତେବେ, ଓଡ଼ିଶା ଫେରିବା ପରେ ସେମାନଙ୍କୁ କିଭଳି କ୍ବାରାଣ୍ଟିନ୍‌ରେ ରଖାଯିବ ସେ ନେଇ ପୁଲିସ ବିଭାଗର ଚିନ୍ତା ବଢ଼ିଯାଇଛି। ଆଜି ଏ ସଂକ୍ରାନ୍ତରେ ଡିଜି ଅଭୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଞ୍ଜ୍‌ ଡିଆଇଜି/ଆଇଜି ଏବଂ ଏସ୍‌ପିଙ୍କ ସହିତ ଆଲୋଚନା କରିଥିଲେ।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ହୋଇଥିଲା। ଏଥିରେ ପୁଲିସ ଫୋର୍ସ ମୁତୟନ ଉପରେ ଆଲୋଚନା କରାଯାଇଥିଲା। ଲକ୍‌ଡାଉନ୍‌ ସମୟରେ ନିଜ ମାନବିକତା ପାଇଁ ଚର୍ଚ୍ଚାରେ ଥିବା ଅଫିସରଙ୍କ ତଥ୍ୟ ରଖିବାକୁ କୁହାଯାଇଥିଲା। ଥାନାଗୁଡ଼ିକରେ ରୁଟିନ୍ ଓ୍ବାର୍କ ଉପରେ ମଧ୍ୟ ଡିଜି ସମୀକ୍ଷା କରିଥିଲେ। ଯାଜପୁର ସମେତ ଭଦ୍ରକ ଏବଂ ବାଲେଶ୍ବରରେ ଏବେ ସଟ୍‌ଡାଉନ୍‌ କରାଯାଇଥିବାରୁ ଉକ୍ତ ଜିଲ୍ଲାଗୁଡ଼ିକର ସ୍ଥିତି ସମ୍ପର୍କରେ ଡିଜି ଆଲୋଚନା କରିଥିଲେ। ଏହି କରୋନା ସଂକ୍ରମଣ ଜିଲ୍ଲାଗୁଡ଼ିକରେ ଯେଭଳି ନିୟମ ଖିଲାପ କରି କେହି ଘରୁ ବାହାରିବେ ନାହିଁ କିମ୍ବା ଦୋକାନ ଖୋଲିବ ନାହିଁ, ସେଥିପ୍ରତି କଡ଼ା ନଜର ରଖିବାକୁ ଡିଜି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଡିଜି ଅଭୟଙ୍କ ସମେତ ଏଡିଜି ମୁଖ୍ୟାଳୟ, ଆଇଜି ଆଧୁନିକୀକରଣ, ଆଇଜି ପ୍ରଭିଜନିଂ ଓ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ଡିଜି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe