Milwaukee Journal Sentinel
ବରୀ : ଆଉ ମାତ୍ର କେତେ ଘଣ୍ଟା ପରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଆଦର୍ଶ ଆଚରଣବିଧି ଅନୁସାରେ ୨୭ ତାରିଖ ୫ଟାରୁ ପ୍ରଚାର ବନ୍ଦ ହୋଇଛି। ତେବେ ଆଜି ବରୀର ବିଜେଡି ପ୍ରାର୍ଥୀଙ୍କ ସୁରକ୍ଷା କର୍ମୀ ବନ୍ଧୁକ ଦେଖାଇବାକୁ ନେଇ ବରୀ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବରୀ ବିଜେଡି ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ କିଛି ସମର୍ଥକଙ୍କୁ ନେଇ ଉଦୟନାଥପୁର ଓ ରଂପା ପଞ୍ଚାୟତକୁ ଯାଇଥିବା ବେଳେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଉଦୟନାଥପୁରରେ ପ୍ରତିବାଦ ହେବାରୁ ସେଠାରୁ ରଂପା ପଞ୍ଚାୟତକୁ ଯାଇଥିଲେ। ଏଠାରେ ମଧ୍ୟ କିଛି ଗ୍ରାମବାସୀ ପ୍ରତିବାଦ କରିଥିଲେ। ଏହି ସମୟରେ ଯୁକ୍ତିତର୍କ ବଢ଼ିବାରୁ ସୁନନ୍ଦାଙ୍କ ସୁରକ୍ଷା କର୍ମୀ ପାଖରେ ଥିବା ପିସ୍ତଲ ଦେଖାଇଥିବା ଅଭିଯୋଗ ହୋଇଛି। ଏହି ସମୟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୌଖିକ ସୂଚନା ପାଇ ଘଟଣାସ୍ଥଳରେ ବରୀ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି । କିନ୍ତୁ ଲିଖିତ ଅଭିଯୋଗ ହୋଇ ନଥିବା ପ୍ରକାଶ। ଅପରପକ୍ଷରେ ବିଜେପି ପ୍ରାର୍ଥୀ ବିଶ୍ବରଂଜନ ଏ ସଂପର୍କରେ ଜିଲ୍ଲାପାଳ ଓ ଏସ୍ପିଙ୍କ ଦୃଷ୍ଟିକୁ ଆଣିଥିବା କହିଛନ୍ତି।
Follow Us