ପ୍ରସବ ପରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା

Advertisment
ପ୍ରସବ ପରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା
ଭଦ୍ରକ: ଭଦ୍ରକର ଗେଲାପୁରସ୍ଥିତ ମହିଳା ଓ ଶିଶୁ ଡାକ୍ତରଖାନାରେ ପ୍ରସବ ପରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।  ଡାକ୍ତରଙ୍କ ଅବହେଳା ଯୋଗୁଁ ମହିଳାଙ୍କର ମୃତ୍ୟୁ ଘଟାଇଛି ବୋଲି ପରିବାର ଲୋକ ଅଭିଯୋଗ କରିବା ସହ ଆମକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ମେଡ଼ିକାଲ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଅଛି।
ପ୍ରକାଶଥାଉ କି,  ଭଦ୍ରକ  ଗ୍ରାମାଂଚଳ ଥାନା ଅନ୍ତର୍ଗତ ବାଣୀତିଆ ଗ୍ରାମର ବୈରାଗୀ ଦାସଙ୍କ ପତ୍ନୀ ପ୍ରସବ ପାଇଁ ଗତ ଦୁଇ ତାରିଖରେ ଭଦ୍ରକର ଗେଲାପୁରସ୍ଥିତ ମହିଳା ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଉଭୟ ଶିଶୁକନ୍ୟା ଓ ପ୍ରସୂତୀ ସୁସ୍ଥ ଥିଲେ। ପରେ ମହିଳାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା।
ଏ ସମ୍ପର୍କରେ ମହିଳାଙ୍କ ମା’  ଦାୟିତ୍ୱରେ ଥିବା ଡାକ୍ତର ଓ ଚିକିତ୍ସା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ କହିଥିଲେ। କିନ୍ତୁ ମେଡିକାଲ ଟିମ୍‌ ଏଥି ପ୍ରତି ଦୃଷ୍ଟି ଦେଇ ନଥିଲେ। ମହିଳା  ଜଣକ ଅଧିକ ଗୁରୁତର ହେବାରୁ ଡାକ୍ତର ଆସି କହିଲେ ମହିଳାଙ୍କର ରକ୍ତ ଗ୍ରନ୍ଥି ଫାଟି ଯାଇଛି। ତାଙ୍କର ରକ୍ତର ଆବଶ୍ୟକ ଅଛି। ରକ୍ତ ଆଣିବାକୁ ଯାଇଥିବା ବେଳେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲା। ତାକୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ  ପରାମର୍ଶ ଦିଆଯାଇଥିଲା। ଆମ୍ବୁଲାନ୍ସ ଆସି ମହିଳାଙ୍କୁ କଟକ ନେବା ବାଟରେ ମହିଳାଙ୍କ ମୃତ୍ୟୁ ହୋଇ ଯାଇଥିଲା ବୋଲି ବୈରାଗୀ ଦାସ ଆଜି ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।
ଭଦ୍ରକର ସରକାରୀ ଡାକ୍ତରଖାନାରେ ଚିକିତ୍ସାଳୟରେ ଚିକିତ୍ସାର ଅବହେଳା ପାଇଁ ଅଧରାସ୍ତାରେ ମା’ର ମୃତ୍ୟୁ ଘଟିଛି ବୋଲି ଅଭିଯୋଗ ଆଣିଛନ୍ତି। ଉତ୍ତେଜିତ ଲୋକେ ମେଡ଼ିକାଲ ପରିସରରେ  ପ୍ରବଳ ହଟ୍ଟଗୋଳ ଓ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ନେଇ ପରିସ୍ଥିତି ଅଧିକ ଉତ୍ତେଜନା ପ୍ରବଣ ହେବାର ଆଶଙ୍କା କରି ଆଜି  ଭଦ୍ରକ ଗେଲପୁରସ୍ଥିତ ମାତୃ ଓ ଶିଶୁ ବିଭାଗରେ ପୁଲିସ ମୁତୟନ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe