ହାତୀ ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ଅଧିବାସୀ ମୁହାଁମୁହିଁ : ପ୍ରବଳ ଟେକାପଥର ମାଡ଼, ବନ ବିଭାଗ ଗାଡ଼ି ଭଙ୍ଗାରୁଜା

Advertisment

ଚାଳକଙ୍କୁ ନିସ୍ତୁକ ମାଡ଼, ଘଟଣାସ୍ଥଳକୁ ଗଲେ ପୁଲିସ ଫୋର୍ସ

ଚାଳକଙ୍କୁ ନିସ୍ତୁକ ମାଡ଼, ଘଟଣାସ୍ଥଳକୁ ଗଲେ ପୁଲିସ ଫୋର୍ସ

ଦିଗପହଣ୍ଡି ଉପକଣ୍ଠରେ ୧୨ ଟିକିଆ ହାତୀପଲ, ବନ, ବିଦ୍ୟୁତ୍ ବିଭାଗ ସଜାଗ

Photo Courtesy of The Financial Express

ଜଳେଶ୍ବର/ଓଲମରା : ଜଳେଶ୍ବର ବ୍ଳକ ରାଇବଣିଆ ଅଞ୍ଚଳରେ ଗତ ୩ ସପ୍ତାହ ଧରି ଲାଗି ରହିଥିବା ହାତୀ ଉପଦ୍ରବକୁ ରୋକିବା ପାଇଁ ବନ ବିଭାଗ ଦ୍ବାରା ଆରମ୍ଭ ହୋଇଥିବା ଅପରେସନ୍‌ ‘ଗଜରାଜ’କୁ ଆଜି ତୀବ୍ର ବିରୋଧ କରିଛନ୍ତି ପଶ୍ଚିମବଙ୍ଗର ଝଡ଼ାବଣି ଅଧିବାସୀ। ପଶ୍ଚିମବଙ୍ଗ ଅଧିବାସୀଙ୍କ ଆକ୍ରମଣରେ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ ଔପଦା ବନ ବିଭାଗର ଏକ ଗାଡ଼ି ଭାଙ୍ଗି ଯାଇଥିବା ବେଳେ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି।

ଆଜି ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ନେତୃତ୍ବରେ ସୁଖଯୁଡ଼ି ଜଙ୍ଗଲରୁ ଆରମ୍ଭ ହୋଇଥିଲା ଅପରେସନ ଗଜରାଜ। ଏହି ଅପରେସନରେ ବାଲେଶ୍ବର, ଜଳେଶ୍ବର, କୁଲଡିହା, ନୀଳଗିରି, ଔପଦା ବନ ବିଭାଗ କର୍ମଚାରୀଙ୍କ ସହ ଓଲମରା ହାତୀ ଘଉଡ଼ାବାହିନୀକୁ ନେଇ ମୋଟ ୭ଟି ଟିମ୍‌ ସାମିଲ ହୋଇଥିଲେ। ଅପରେସନ୍‌ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ୧୮ଟି ହାତୀ ବେଗୁନିଆ ଘାଟି ରାସ୍ତା ଦେଇ ରଜାବନ୍ଧ ଉପରକୁ ଉଠିଥିଲେ ଏବଂ ପଶ୍ଚିମବଙ୍ଗର ସାତହାତିଆ ଜଙ୍ଗଲକୁ ପ୍ରବେଶ କରିଥିଲେ। ତେବେ ଏହି ସମୟରେ ପଶ୍ଚିମବଙ୍ଗ ଝଡ଼ାବଣି ଗ୍ରାମର ଶତାଧିକ ଲୋକ ହାତୀ ଘଉଡ଼ାଇବାକୁ ତୀବ୍ର ବିରୋଧ କରି ଗାଳିଗୁଲଜ କରିବା ସହ ଟେକାପଥର ମାଡ଼ କରିଥିଲେ। ଏପରିକି ସେମାନେ ଓଡ଼ିଶା ସୀମା ଭିତରକୁ ପ୍ରବେଶ କରି ହାତୀ ଘଉଡ଼ାଇବା କାମରେ ନିୟୋଜିତ ଔପଦା ବନ ବିଭାଗର ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଚାଳକଙ୍କୁ ନିସ୍ତୁକ ବାଡ଼େଇଥିଲେ। ଭଙ୍ଗାରୁଜା ପରେ ଚାଳକ ସହ ୨ଟି ଗାଡ଼ିକୁ ମଧ୍ୟ ସେଠାକାର ଗ୍ରାମବାସୀ ଅଟକ ରଖିଛନ୍ତି।

ଅନ୍ୟପକ୍ଷରେ, ଓଡ଼ିଶା ସୀମା ଭିତରେ ପଶି ପଶ୍ଚିମବଙ୍ଗ ଅଧିବାସୀଙ୍କ ଆକ୍ରମଣ ଘଟଣାକୁ ନେଇ ସହସ୍ରାଧିକ ଓଡ଼ିଆ ଲୋକେ ମଧ୍ୟ ଏକଜୁଟ୍‌ ହେବାରେ ଲାଗିଛନ୍ତି। ଏହି ଖବର ଲେଖାହେବା ବେଳକୁ ସେଠାରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ରାଇବଣିଆ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଜଳେଶ୍ବରରୁ ପୁଲିସ ଫୋର୍ସ ସଂପୃକ୍ତ ଅଞ୍ଚଳକୁ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe