ତୁଟୁନି କୋଟିଆ ବିବାଦ: ଅଙ୍ଗନବାଡ଼ି କେନ୍ଦ୍ରକୁ ଭଙ୍ଗାଯିବା ନେଇ ଆନ୍ଧ୍ରରେ ଉତ୍ତେଜନା

ତୁଟୁନି କୋଟିଆ ବିବାଦ: ଅଙ୍ଗନବାଡ଼ି କେନ୍ଦ୍ରକୁ ଭଙ୍ଗାଯିବା ନେଇ ଆନ୍ଧ୍ରରେ ଉତ୍ତେଜନା
କୋରାପୁଟ: ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମଗୁଡିକର ସୀମା ବିବାଦର ସମାଧାନ ପାଇଁ ସିପିଏମ୍ ଆଦିବାସୀ ସଙ୍ଗଠନ ଉଭୟ ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି । ଆନ୍ଧ୍ର ପ୍ରଦେଶର ନବଗଠିତ ମନ୍ୟମ୍ ଜିଲ୍ଲାର  ଆଦିବାସୀ ସଙ୍ଗଠନ ଜିଲ୍ଲା ସଭାପତି ଶ୍ରୀଧରପୁ ଆପାରାଓ ଜିଲ୍ଲା କମିଟି ସଦସ୍ୟ ମନଚାଲା ଶ୍ରୀନିବାସା ରାଓ ସିପିଏମ୍ ଜିଲ୍ଲା କମିଟି ସଦସ୍ୟ ମାରି ଶ୍ରୀନିବାସା ରାଓ କୋରଡା ଏସ.ଆର.ରାଓ ଗତ କିଛିଦିନ ପୂର୍ବେ ଆନ୍ଧ୍ର ଅଧିକାରୀଙ୍କ କୋଟିଆ ପଞ୍ଚାୟତ  ଗସ୍ତରେ ଅବରୋଧ କରିଥିବା ଓଡ଼ିଶା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏଥି ସହିତ ତଳ ଗଞ୍ଜେଇପଦର ଠାରେ  ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଉଥିବା ଅଙ୍ଗନବାଡ଼ି କୋଠାକୁ କିଛିଦିନ ପୂର୍ବେ କେହି ଧୂଳିସାତ କରିଦେଇଥିବା ବେଳେ ଆନ୍ଧ୍ର ସରକାରଙ୍କ ନିରବତାକୁ ନେଇ ଦଳ ପ୍ରଶ୍ନ ଉଠାଇଛି ।
କେନ୍ଦ୍ର ସରକାର ଏବେ ମଧ୍ୟ ଦୁଇମୁହାଁ  କାର୍ଯ୍ୟ କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବରିଷ୍ଠ  ଅଧିକାରୀମାନେ ଏକାଠି ହୋଇ କୋଟିଆ ପଞ୍ଚାୟତର ଆଦିବାସୀଙ୍କ ସମସ୍ୟାର ସମାଧାନ କରିବା ଉଚିତ୍। ତେବେ ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ ସେମାନେ ସିପିଏମ୍ ଆଦିବାସୀ ସଙ୍ଗଠନ ଏକ ବଡ଼ଧରଣର ବିରୋଧ ପ୍ରଦର୍ଶନ କରିବେ ବୋଲି ଆନ୍ଧ୍ରପ୍ରଦେଶର ସାଲୁର୍ ଠାରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି ।
publive-image
ଗତ କିଛିଦିନ ପୂର୍ବେ ମନ୍ୟମ୍ ଜିଲ୍ଲାପାଳ କୋଟିଆ ପଞ୍ଚାୟତ ଗସ୍ତ କରିବାକୁ ଆସିଥିବା ବେଳେ ଓଡ଼ିଶା ପ୍ରଶାସନର ତୀବ୍ର ବିରୋଧ ପରେ ସେ ନେରେଡ଼ିବାଲାସା ଠାରୁ ଫେରିଯିବାକୁ ପଡ଼ିଥିଲା । ସେହିପରି ଦୁଇଦିନ ପୂର୍ବେ ମଧ୍ୟରାତ୍ରୀରେ କେହି ଆସି ତଳ ଗଞ୍ଜେଇପଦରରେ ଆନ୍ଧ୍ର ଦ୍ଵାରା ନିର୍ମାଣ କରାଯାଉଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ବୁଲଡ୍ରୋଜର ଲଗାଇ ଧ୍ଵଂସ କରିଦେବା ପରେ ଏହାର ତଦନ୍ତ କରିବା ପାଇଁ ସାଲୁର ରୁରାଲ ଥାନାଧିକାରୀଙ୍କ ସମେତ ମଣ୍ଡଳ ସ୍ତରୀୟ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ତଳ ଗଞ୍ଜେଇପଦର  ଆସିବା ସହ ସାଲୁର ରୁରାଲ ଥାନାରେ ଏକ ମାମଲା ଦାଏର କରିଥିବା ଜଣାପଡିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe