ପୋଲ, ଡଇଭର୍ସନ ନିର୍ମାଣକୁ ନେଇ ଉତ୍ତେଜନା

Advertisment
ପୋଲ, ଡଇଭର୍ସନ ନିର୍ମାଣକୁ ନେଇ ଉତ୍ତେଜନା

ହାଟଡିହି: ହାଟଡିହି ବ୍ଲକ୍‌ ଚୋରଗଡ଼ିଆ-ତରତରା ରାସ୍ତାର ହାତୀବନ୍ଧା ନିକଟରେ ନିର୍ମାଣାଧୀନ ପୋଲ ଓ ଡାଇଭର୍ସନ ରାସ୍ତାକୁ ନେଇ ଉତ୍ତେଜନା ଦେଖାଦେଇଛି। ପୋଲର ଡିଜାଇନ ଠିକ୍‌ ହୋଇନଥିବା ବେଳେ ଓ ଡାଇଭର୍ସନ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏଠାରେ ପୋଲ ନିର୍ମାଣ କରୁଥିବା ଠିକାସଂସ୍ଥା ଡାଇଭର୍ସନ ରାସ୍ତାକୁ ଠିକ୍‌ ଭାବେ ନିର୍ମାଣ କରି ନଥିବାରୁ ସାମାନ୍ୟ ବର୍ଷାରେ ଚାଲିଚାଲି ଯିବା କଷ୍ଟକର ହେଉଛି। ଗତକାଲି ଅପରାହ୍‌ଣରେ ସମାନ୍ୟ ବର୍ଷା ପରେ ରାସ୍ତାରେ ଗାଡ଼ିମୋଟ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିଛି ସାଇକଲ ଆରୋହୀ ପଡ଼ି ଆହତ ହୋଇଥିଲେ।

ଏହାକୁ କେନ୍ଦ୍ରକରି ଗତକାଲି ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଠିକାସଂସ୍ଥା କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପୋଲଟି ରାସ୍ତାଠାରୁ ବହୁତ ଉଚ୍ଚରେ ନିର୍ମାଣ ହୋଇଥିବାରୁ ପୋଲ ଦେଇ ସାଇକଲ ଓ ବାଇକ୍‌ ଯିବା କଷ୍ଟକର ହେବ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେହିପରି ପୋଲ ମୁଣ୍ଡ ରାସ୍ତା ଗୋଟିଏ ପଟକୁ ବଢ଼ାଯାଉଥିବାରୁ ରାସ୍ତାଟି ବଙ୍କା ହୋଇଯାଇଛି। ବିଭଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe