ସରକାରୀ ଜମି ଜବରଦଖଲ ହଠାଇବାକୁ ନେଇ ଉତ୍ତେଜନା, ପୁଲିସ ଉପସ୍ଥିତିରେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ

Advertisment

କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ- ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା

କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ- ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା

ସରକାରୀ ଜମି ଜବରଦଖଲ ହଠାଇବାକୁ ନେଇ ଉତ୍ତେଜନା, ପୁଲିସ ଉପସ୍ଥିତିରେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ

ଗୁଣପୁର: ଦୀର୍ଘବର୍ଷ ଧରି ଗୁଣପୁର ପୌରପରିଷଦ ୧୬ ନମ୍ବର ୱାର୍ଡ କରାବାଙ୍କ ଗାଁରେ ଆଦିବାସୀଙ୍କ ଦଖଲରେ ଥିବା ଜମିକୁ ଆଜି ପ୍ରଶାସନ ପୁଲିସ ଜରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜେସିବି ଲଗାଇ କାନ୍ଦୁଲ ଚାଷକୁ ନଷ୍ଟ କରି ପୋତିଥିବା ଖୁଣ୍ଟି ଗୁଡ଼ିକୁ ହଟେଇ ଦିଆଯାଇଛି। ଆଜି ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହାକୁ କେନ୍ଦ୍ର କରି ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଚପା ଉତ୍ତେଜନା ସୃଷ୍ଟି ହୋଇଥିଲା। ତିନିଘଣ୍ଟା କାଳ ଥାନା ଆଇଆଇସି ଉତ୍ତମ କୁମାର ସାହୁ , ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର ଓ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ପ୍ରମୁଖ ଗ୍ରାମବାସୀଙ୍କୁ ବୁଝାସୁଝା କରିବାକୁ ନାକେଦମ ହେବାକୁ ପଡିଥିଲା। ଗ୍ରାମବାସୀ ମାନଙ୍କ ଦାବି ଗୁଡିକୁ ମଧ୍ୟ ବିଚାରକୁ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା।

ଜବରଦଖକ ସ୍ଥଳରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଯୋଜନା କରାଯାଇଥିବାରୁ କାମ ଅଟକି ଯାଇଥିଲା। ଆଜି ସନ୍ଧ୍ୟାରେ ଉକ୍ତସ୍ଥଳ ସଫା କରି ଆଲୋକ ବ୍ୟବସ୍ଥା କରି ପୁଲିସ ଓ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ କଲ୍ୟାଣ ମଣ୍ଡପ ପାଇଁ ଫାଉଣ୍ଡେସନ ଖୋଳା ଯାଉଛି ବୋଲି ଥାନା ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଅପର ପକ୍ଷରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନକରି ଅଗଣତାନ୍ତ୍ରିକ ଭାବେ ଜୋର ଜବରଦସ୍ତ କରାଯାଇଛି ବୋଲି ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚାର ସଭାପତି ତିରୁପତି ଗମାଙ୍ଗ ଅଭିଯୋଗ କରିଛନ୍ତି। ତିନି ମାସ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ କତ୍ତୃପକ୍ଷଙ୍କୁ ୧୫ ଦଫା ଦାବି ନେଇ ସ୍ମାରକ ପତ୍ର ଦିଆଯାଇଥିଲା। ସେ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ କରିନାହୁଁ। କିନ୍ତୁ ଗରିବ ଆଦିବାସୀ ଲୋକଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ଅନୁଦାନ, ଘର ପଟା ଯୋଗାଇ ଦେବାସହ ନଦୀଘାଟକୁ ରାସ୍ତା ନିର୍ମାଣ କଥା ପ୍ରଶାସନ କେମିତି ଭୁଲିଯାଉଛନ୍ତି ବୋଲି ଶ୍ରୀ ଗମାଙ୍ଗ ପ୍ରଶ୍ନ କରିଛନ୍ତି।

ଆଗାମୀ ଦିନରେ ସରକାର ଆଦିବାସୀ ମାନଙ୍କ ଦାବି ପୂରଣ ନକରି ଅତ୍ୟାଚାର କଲେ ଆନ୍ଦୋଳନ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୧୯୮୦ ମସିହା ବଂଶଧାରା ନଦୀ ବନ୍ୟାରେ ପୋୖରାଞ୍ଚଳ କରାବାଙ୍କ ଗ୍ରାମ ଓ ଆଦିବାସୀ ମାନଙ୍କ ଘର ସମ୍ପୂର୍ଣ୍ଣ ନଦୀ ଗର୍ଭରେ ବୁଡି ଯାଇଥିଲା। ସେତେବେଳେ ଗାଁ ଲୋକ ମାନଙ୍କୁ ଘର କରିବା ପାଇଁ ସରକାର ଜାଗା ଦେଲେ ନାହିଁ। ଆଦିବାସୀ ମାନେ ଉକ୍ତ ସରକାରୀ ଜାଗାକୁ ନିଜ ଦଖଲରେ ସେଠାରେ ଘର ନିର୍ମାଣ ପାଇଁ ଦାବି କରି ଆସୁଥିଲେ। ଏହି ସମ୍ପର୍କରେ ଅନେକ ଥର ଉପଜିଲ୍ଲାପାଳ, ତହସିଲଦାର ଏବଂ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe