ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଉତ୍ତେଜନା, ରାସ୍ତାରୋକ

Advertisment
ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଉତ୍ତେଜନା, ରାସ୍ତାରୋକ

ରାଜନଗର : ରାଜନଗରସ୍ଥିତ ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ପରିସରରେ ଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣ ଲୋକଙ୍କ ସମେତ ବିଜେଡି କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ରାଜନଗର ଥାନାରେ ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ କରାଯାଇଛି। ରାଜନଗର ବ୍ଲକର ତ୍ରିନାଥବଜାର ନିକଟରେ ବିଜୁ ସ୍ମୃତି କାର୍ଯ୍ୟାଳୟ ପରିସରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରହିଥିଲା। ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବି‌ଜେପି ନେତା ଅଲେଖ ଜେନା ବିଧାୟକ ଥିବା ବେଳେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା। ବିଜୁ ସ୍ମୃତି ସଂସଦ କାର୍ଯ୍ୟାଳୟ ନାଁରେ ଏଠାରେ ପ୍ରଥମେ ବିଜେଡି କାର୍ଯ୍ୟାଳୟ ଚାଲୁଥିଲା। ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ଜେନା ବିଜେପିକୁ ଯିବା ପରେ ଏଠାରେ ବିଜେପି ପତାକା ମରାଯିବା ସହ ଦଳର ଶିବିର ଆୟୋଜନ ହୋଇଆସୁଛି। ଆଜି ଏହି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ କେହି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା।

ଆଜି ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ରାଜନଗର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ସାଧାରଣ ଲୋକଙ୍କ ସମେତ ବିଜେଡି କର୍ମୀମାନେ ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତାର ତ୍ରିନାଥବଜାର ନିକଟରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଶ୍ରୀ ଜେନା ଘଟଣା ସଂପର୍କରେ ସନ୍ଧ୍ୟାରେ ଜାଣିବାକୁ ପାଇଲେ ବୋଲି କହିବା ସହ ଏଥିରେ ସଂପୃକ୍ତ ଦୁବୃର୍ତ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe