ବଲାଙ୍ଗୀର : ଗତ ଦୁଇଦିନ ସପ୍ତାହାନ୍ତ ସଟ୍ଡାଉନ୍ ପରେ ବଲାଙ୍ଗୀର ସହରରେ ସୋମବାର ଖୋଲିଥିଲା ଦୋକାନ ବଜାର। ସକାଳୁ ସକାଳୁ ସହରର ଡେଲିମାର୍କେଟ ଅଂଚଳରେ ଲୋକେ ପରିବା ପସରା ବସାଇଥିଲେ। ସାମାଜିକ ଦୂରତା ମାନୁନଥିବା ଅଭିଯୋଗରେ ବଲାଙ୍ଗୀର ପୌରସଂସ୍ଥାର ଏନ୍ଫୋର୍ସମେଣ୍ଟ ଟିମ୍ ପରିବା ବଜାର ଉପରେ ଚଢ଼ଉ କରିଥିଲା। ଏନଫୋର୍ସମେଣ୍ଟ ଟିମ୍ର ମାଡ଼ରେ ଚନ୍ଦନଭାଟି ଗାଁର ରାକେଶ ମେହେର ନାମକ ଜଣେ ପରିବା ବିକାଳି ଗୁରୁତର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଥାନା ଘେରାଉ କରିଥିଲେ ପରିବା ବିକାଳି। କିଛି ସମୟ ପାଇଁ ଥାନାରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ବୁଝାସୁଝା କରିବା ପରେ ପରିବା ବିକାଳିମାନେ ଶାନ୍ତ ପଡ଼ିଥିଲେ।
ଏନ୍ଫୋର୍ସମେଣ୍ଟ ଟିମ୍ର ମାଡ଼, ଟାଉନ ଥାନାରେ ଉତ୍ତେଜନା
Advertisment
Follow Us