ବ୍ରହ୍ମପୁର: ରାଗିଂ ଘଟଣାକୁ ନେଇ ଏମ୍କେସିଜି ମେଡିକାଲ କଲେଜ ନିନ୍ଦିତ ହୋଇଥିବା ବେଳେ ଏବେ ପୁଣି ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଖବର ଆଲୋଡ଼ନ ସୃଷ୍ଟି କରିଛି। ଗତରାତିରେ ଏମକେସିଜି ମେଡିକାଲ କଲେଜର ଅଡିଟୋରିୟମ୍ ନିକଟରେ ଏମ୍ବିବିଏସ୍ ଛାତ୍ର ଓ ହାଉସସର୍ଜନ ଛାତ୍ରଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ନେଇ ସୂଚନା ମିଳିଛି।
ଗଣ୍ଡଗୋଳରେ ଜଣେ ହାଉସ୍ସର୍ଜନ ଛାତ୍ର ଆହତ ହୋଇଥିବା ଖବର ମିଳୁଥିବା ବେଳେ ଏଥିନେଇ ପୁଲିସ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଗଣ୍ଡଗୋଳର କାରଣ ସଂପର୍କରେ ବି ସ୍ପଷ୍ଟ ଖବର ମିଳୁନାହିଁ।
ଏଥିନେଇ ଏମ୍କେସିଜି ମେଡିକାଲ କଲେଜ ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ କରାଯିବାରେ ସକାଳୁ ସେ ଏହି ଖବର ଶୁଣିଥିଲେ ବି ଏଥିନେଇ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି।
Follow Us