ବାରିପଦାରେ ଭୟାବହ ଅଗ୍ନିକାଣ୍ଡ

Advertisment
ବାରିପଦାରେ ଭୟାବହ ଅଗ୍ନିକାଣ୍ଡ

ବାରିପଦା : ବାରିପଦା ସହରରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ଦୋକାନ ଓ ଗୋଟିଏ ହୋଟେଲ ଭସ୍ମୀଭୂତ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାବେଳକୁ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

ବୁଧବାର ରାତି ପ୍ରାୟ ୨ଟା ସମୟରେ ବାରିପଦା କଚେରି ମାର୍କେଟ୍‌ ନିକଟ ମୁଖ୍ୟ ଡାକଘରକୁ ଲାଗିଥିବା ଏକ ଅସ୍ଥାୟୀ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ପାଖ ଦୋକାନ ଓ ହୋଟେଲକୁ ବ୍ୟାପିଯାଇଥିଲା। ପ୍ରବଳ ଶୀତ ସାଙ୍ଗକୁ ବିଳମ୍ବିତ ରାତି ପାଇଁ ହଠାତ୍‌ କେହି ଅଗ୍ନିକାଣ୍ଡ ବାବଦରେ ଜାଣି ପାରିନଥିଲେ। ନିଆଁ ଉପରକୁ ଉଠିବାରୁ କିଛି ଦୂରରେ ଥିବା ଏକ ଦୋକାନର ସୁରକ୍ଷା କର୍ମଚାରୀ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ୧୦ ମିନିଟ୍ ମଧ୍ୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ସେତେବେଳକୁ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe