ଫୁଲବାଣୀ : ରକ୍ତପାତ ପରେ ୩ ଗାଁ’ରେ ଆତଙ୍କ

Advertisment

୨ ଜଣଙ୍କୁ ଅପହରଣ ପରେ ଛାଡ଼ି ଦେଇଥିଲେ ନକ୍ସଲ

୨ ଜଣଙ୍କୁ ଅପହରଣ ପରେ ଛାଡ଼ି ଦେଇଥିଲେ ନକ୍ସଲ

ମାଓଭୟ: ଗାଁ ଛାଡ଼ିଲେ ସରପଞ୍ଚଙ୍କ ପରିବାର

ଫୁଲବାଣୀ : ନକ୍ସଲ ଗତ ଶୁକ୍ରବାର ଦିନ ୨ ଜଣ ଯୁବକଙ୍କୁ ହତ୍ୟା କରିବା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡର ୩ଟି ଗଁାରେ ଆତଙ୍କ ଖେଳିଯାଇଛି।

ନକ୍ସଲମାନେ ଭଣ୍ଡରଙ୍ଗି ସରପଞ୍ଚ ଦ୍ରୋପଦୀ ପାତ୍ରଙ୍କ ପୁଅ ଭବାନୀ ଓ ଗୁଛାଗୁଡ଼ା ଗ୍ରାମର ହେମନ୍ତ ପାତ୍ରଙ୍କୁ ହତ୍ୟା କରିଛନ୍ତି। ଘଟଣା ପରେ ଦୁଇ ଯୁବକଙ୍କ ଶବ ୧୨ ଘଣ୍ଟା ଧରି ଗାଁ ଦାଣ୍ଡରେ ପଡ଼ି ରହିଥିଲା। ପୁଲିସକୁ ଖବର ଦିଆ ଯାଇଥିଲା। ମୃତକ ଭବାନୀଙ୍କ ବାପା ତଥା ସରପଞ୍ଚ ଦ୍ରୌପଦୀ ପାତ୍ରଙ୍କ ସ୍ବାମୀ ଭବସିନ୍ଧୁ ପାତ୍ର ଘଟଣା ସମ୍ପର୍କରେ ଏସ୍‌.ପିଙ୍କୁ ଅବଗତ ମଧ୍ୟ କରିଥିଲେ। ହେଲେ ପୁଲିସ ପହଞ୍ଚି ନଥିଲା। ଭୟରେ ଲୋକେ ବାହାରକୁ ବାହାରି ନଥିଲେ। ଶେଷରେ ବ୍ଳକ୍‌ ଅଧ୍ୟକ୍ଷ ପ୍ରକାଶ ପାତ୍ର ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଦିନ ୧୨ଟା ବେଳେ ଶବ ୨ଟିକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନେଇଥିଲେ।

publive-image

ଅନ୍ୟ ଏକ ସୂଚନା ଅନୁସାରେ, ଗୁମୁଗାଁର କୁଟିଆ ସଂପ୍ରଦାୟର ୨ଜଣ ଦେବେନ୍ଦ୍ର ମାଝି ଓ ଗୋବିନ୍ଦ ମାଝିଙ୍କୁ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ସେହି ରାତିରେ ଡାକି ନେଇଥିଲେ। ପୁଲିସକୁ କୌଣସି ସହଯୋଗ ନକରିବା ପାଇଁ ଧମକ ଦେଇ ମାଡ଼ ମାରି ଛାଡ଼ି ଦେଇଥିବା ଜଣାପଡ଼ିଛି। ମାଓବାଦୀଙ୍କ କବଳରୁ ମୁକୁଳି ଆସିଥିବା ଦୁଇ ବ୍ୟକ୍ତି ଭୟରେ ପାଟି ଖୋଲୁ ନ ଥିବାବେଳେ ଏବେ ଗାଁରେ ଆତଙ୍କ ଖେଳିଯାଇଛି। ଭଣ୍ଡରଙ୍ଗି ଓ ଗୋଛାଗୁଡ଼ା ସମେତ ଲଙ୍କାଗଡ଼ ଓ ଝିରିପାଣି ଗାଁରେ ଏବେ ମାଓବାଦୀଙ୍କ ଭୟରେ କେହି ପଦାକୁ ବାହାରୁ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe