କରଞ୍ଜିଆରେ କଳା ପଲ୍‌ସର ଆତଙ୍କ, ଶିକ୍ଷକଙ୍କ ସ୍କୁଟିରୁ ୧ ଲକ୍ଷ ଲୁଟ୍‌

Advertisment
କରଞ୍ଜିଆରେ କଳା ପଲ୍‌ସର ଆତଙ୍କ, ଶିକ୍ଷକଙ୍କ ସ୍କୁଟିରୁ ୧ ଲକ୍ଷ ଲୁଟ୍‌

କରଞ୍ଜିଆ ଗୋଲେଇ: କରଞ୍ଜିଆ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଗତ ୧୬ ତାରିଖରେ କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଯଶିପୁର ଓ କରଞ୍ଜିଆ ଅଞ୍ଚଳରେ ପୃଥକ ପୃଥକ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ଏଯାଏ ତାର ସୁରାକ ପାଇନାହିଁ। ଆଜି ଆଉ ଏକ ଛିନ୍‌ତାଇ ଘଟଣା ସାମ୍‌ନାକୁ ଆସିଛି। ଜଣେ ଶିକ୍ଷକଙ୍କ ସ୍କୁଟି ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

କରଞ୍ଜିଆ ଥାନା ଶରଧା ଗ୍ରାମର ଶିକ୍ଷକ ବୁଧୁରାମ ମହାନ୍ତ ଓ ତାଙ୍କ ସ୍ତ୍ରୀ ଜେମାମଣି ମହାନ୍ତ ଆଜି ଅପରାହ୍ନରେ କରଞ୍ଜିଆ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ଏକ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି (ଓଡି୧୧ଏସ-୭୮୩୫) ଡିକିରେ ରଖି ସେଠାରୁ ସଂପର୍କୀୟଙ୍କ ଘର ୬ କିମି ଦୂର ଝାଡ଼ବେଡ଼ା ଗ୍ରାମକୁ ଯାଇଥିଲେ। ବାହାରେ ସ୍କୁଟି ରଖି ସଂପର୍କୀୟଙ୍କ ଘରେ ପତିପତ୍ନୀ ଦୁହେଁ ଚା’ ପିଉଥିବା ବେଳେ ପୂର୍ବରୁ ଏକ ପଲସର୍‌ ବାଇକ୍‌ରେ ପିଛା କରୁଥିବା ଦୁଇ ଜଣ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ନେଇ ଛୁ ମାରିଥିଲେ। ବୁଧୁରାମ ଆସି ଦେଖିବା ବେଳକୁ ସ୍କୁଟି ସିଟ୍‌ ଭଙ୍ଗାଯାଇଛି ଓ ଟଙ୍କା ନାହିଁ। ନିକଟରେ ଖେଳୁଥିବା ଛୋଟପିଲାଙ୍କୁ ପଚାରିବାରୁ ଦୁଇଜଣ ଲୋକ ଆସି ଗାଡ଼ି ପାଖରେ କିଛି ସମୟ ଛିଡ଼ା ହୋଇ କାଗଜପତ୍ର ଧରି ପଳାଇ ଯାଇଥିବା କହିଥିଲେ। ଘଟଣା ସମ୍ପର୍କରେ ବୁଧୁରାମ କରଞ୍ଜିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ୧୪୧/୨୨ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe