Photograph: ( SANDRP)
ପାଇକମାଳ/ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରେ ବାଲିମାଫିଆଙ୍କ ଆତଙ୍କରାଜ ଚରମସୀମାରେ ପହଞ୍ଚିଛି। ବେଆଇନ ବାଲିଚାଲାଣ ରୋକିବାକୁ ଯାଇଥିବା ପଦ୍ମପୁର ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ତେବେ ଉପଜିଲ୍ଲାପାଳ ସ୍ନେହା ଅରଗୁଲା ଏହି ଘାତକ ଆକ୍ରମଣରୁ ଅଳ୍ପକେ ବଞ୍ଚିଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ପଦ୍ମପୁର ବ୍ଲକ୍ ସରାଇକେଲା ପଞ୍ଚାୟତ ମହୁଲପାଲି ବାଲିଘାଟରୁ ହାଇୱା ସାହାଯ୍ୟରେ ଦିନ ଦ୍ବିପ୍ରହରରେ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବା ଖବର ପାଇ ଉପଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇଥିଲେ। ପ୍ରଶାସନର ଚଢ଼ଉ ଦେଖି ଦୁଇଟି ହାଇୱା ରାସ୍ତା ଉପରେ ବାଲି ପକେଇ ଦେଇ ଖାଲି ଗାଡ଼ି ନେଇ ଫେରାର ହୋଇ ଯାଇଥିଲେ।
AAP MP Raghav Chadha: ଡେଲିଭରି ବଏ ଭୂମିକାରେ ସାଂସଦ ରାଘବ ଚଢ଼ା...
ଅଳ୍ପକେ ବର୍ତ୍ତିଲେ
ହାଇୱା ସହ ଚାଳକ ଥାନାରେ ଅଟକ
ଅନ୍ୟ ଏକ ବାଲି ବୋଝେଇ ହାଇୱାକୁ ଅଟକାଇବାକୁ ଯିବା ସମୟରେ ଉକ୍ତ ହାଇୱା ଉପଜିଲ୍ଲାପାଳଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ପରେ ଉକ୍ତ ହାଇୱାକୁ ପୁଲିସ ଜବତ କରି ଜଗଦଲପୁର ଥାନାକୁ ଆଣିଛି। ଏହା ସହିତ ମହୁଲପାଲି ବାଲିଘାଟ ନିକଟରେ ଆହୁରି ୪ଟି ହାଇୱା ଲୁଚାଇ ରଖାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣା ପରେ କାହାର ଛତ୍ରଛାୟା ତଳେ ରହି ବାଲି ମାଫିଆମାନେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଖୋଦ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆମାନେ ଛାଡ଼ୁନଥିବା ବେଳେ ସାଧାରଣ ଲୋକଙ୍କ ଜୀବନ କେତେ ନିରାପଦ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଜଗଦଲପୁର ଥାନାରେ ପୁଲିସ ଏକ ମାମଲା ରୁଜୁ କରି ହାଇୱା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।
Road Problem: ୧୦ଲକ୍ଷର ପିଚୁ ରାସ୍ତା ୨ବର୍ଷ ମଧ୍ୟରେ ନଷ୍ଟ ,ପେଭର ବ୍ଲକ ଗାୟବ
Follow Us