ବାଲିମାଫିଆଙ୍କ ଆତଙ୍କ: ମହିଳା ଖଣି ଅଧିକାରୀଙ୍କୁ ଗାଡ଼ି ଚପାଇ ହତ୍ୟା ଉଦ୍ୟମ

Advertisment

ବେଆଇନ ଭାବେ ବାଲି ତାଡ଼ୁଛନ୍ତି। ବିନା ଇ-ଚାଲାଣରେ ଗାଡ଼ି ଗଡ଼ୁଛି। ଗାଡ଼ି ଅଟକାଇଲେ ମିଳୁଛି ହତ୍ୟା ଧମକ। ଏପରିକି ଜଣେ ମହିଳା ଖଣି ଅଧିକାରୀଙ୍କୁ ଗାଡ଼ି ଚପାଇ ମାରିଦେବାକୁ ଉଦ୍ୟମ ହୋଇଛି।

ବେଆଇନ ଭାବେ ବାଲି ତାଡ଼ୁଛନ୍ତି। ବିନା ଇ-ଚାଲାଣରେ ଗାଡ଼ି ଗଡ଼ୁଛି। ଗାଡ଼ି ଅଟକାଇଲେ ମିଳୁଛି ହତ୍ୟା ଧମକ। ଏପରିକି ଜଣେ ମହିଳା ଖଣି ଅଧିକାରୀଙ୍କୁ ଗାଡ଼ି ଚପାଇ ମାରିଦେବାକୁ ଉଦ୍ୟମ ହୋଇଛି।

sand

Photograph: ( SANDRP)

ତାଳଚେର: ବେଆଇନ ଭାବେ ବାଲି ତାଡ଼ୁଛନ୍ତି। ବିନା ଇ-ଚାଲାଣରେ ଗାଡ଼ି ଗଡ଼ୁଛି। ଗାଡ଼ି ଅଟକାଇଲେ ମିଳୁଛି ହତ୍ୟା ଧମକ। ଏପରିକି ଜଣେ ମହିଳା ଖଣି ଅଧିକାରୀଙ୍କୁ ଗାଡ଼ି ଚପାଇ ମାରିଦେବାକୁ ଉଦ୍ୟମ ହୋଇଛି। ତାଳଚେରରେ ବାଲିମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିଲା ‌ବେଳେ ଶିରିଗିଡ଼ା ବାଲିଘାଟରେ ଆଜି ଘଟିଛି ଏପରି ଅଭାବନୀୟ ଘଟଣା। ଜୀବନ ବିକଳରେ ବାଲିମ‌ାଫିଆଙ୍କ କବଳରୁ ମହିଳା ଖଣି ଅଧିକାରୀ ସୁକେସ୍ମିତା ମାଝୀ ଖସି ଆସିବାରେ ସକ୍ଷମ ହୋଇଛନ୍ତି। ଏନେଇ ବାଲିଘାଟ ଲିଜ୍‌ଧାରୀ ଓ ପରିଚାଳକଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। 

ସୂଚନା ମୁତାବକ, ଶିରିଗିଡ଼ା ବାଲିଘାଟରୁ ପ୍ରତିଦିନ ଶହଶହ ଟ୍ରିପ୍‌ ବାଲି ଚୋରାଚାଲାଣ ହେଉଛି। ଏନେଇ ଖବର ପାଇ ଖଣି ଅଧିକାରୀ ଶ୍ରୀମତୀ ମାଝୀ ପ୍ରଥମେ ଖାଦାନରେ ଚଢ଼ଉ କରି ୩ଟି ପୋକ୍‌ଲିନ୍‌ ମେସିନ୍‌କୁ ଜବତ କରିଥିଲେ। ଅନୁମତି ଠାରୁ ଅଧିକ ବାଲି ଉତ୍ତୋଳନ କରାଯାଇଥିବାରୁ ଛାନ୍‌ଭିନ୍‌ କରିବା ବେଳେ ଅନୁମତିପ୍ରାପ୍ତ ଅଞ୍ଚଳ ବାହାରୁ ମଧ୍ୟ ବାଲି କୋରି ଦେଉଥିବା ଜଣାପଡ଼ିଥିଲା। ଏହି ସମୟ‌ରେ ୪ଟି ହାଇୱା ବିନା ଇ-ଚାଲାଣରେ ବାଲି ନେଉଥିଲେ।

୪ ହାଇୱା ଜବତ, ୪ ଚାଳକ ଗିରଫ
ଲିଜ୍‌ଧାରୀ ଓ ପରିଚାଳକଙ୍କ ନାଁରେ ମାମଲା

ଗାଡ଼ି ନମ୍ବର ଓଡି-୧୯-ଇ-୦୭୧୦, ଓଡି-୩୫-ଡି-୫୮୫୧, ଓଆର୍‌-୧୯-ଜି-୭୩୬୨ ଏବଂ ଓଡି-୩୫-ଏ-୨୬୧୨କୁ ଅଟକ ରଖିଥିଲେ। ତେବେ ବାଲିଘାଟ ପରିଚାଳକ ବିଶ୍ବଜିତ ପରିଡ଼ା ପହଞ୍ଚି ଅଟକ ଗାଡ଼ିକୁ ଛାଡ଼ିବାକୁ ଖଣି ଅଧିକାରୀଙ୍କୁ କହିଥିଲେ। କିନ୍ତୁ ଅଧିକାରୀ ରାଜି ନହେବାରୁ ଘାଟ ପରିଚାଳକ ଜବରଦସ୍ତ ବାଲିବୋଝେଇ ହାଇୱା ନେଇଯିବାକୁ ଉଦ୍ୟମ କରିଥିଲେ। ଖଣି ଅଧିକାରୀ ବାଧା ଦେବାରୁ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଆଗକୁ ଯିବାକୁ ଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହଠାତ୍‌ ହାଇୱାଗୁଡ଼ିକ ମାଡ଼ି ଆସିବାରୁ ଜୀବନ ବିକଳରେ ଖଣି ଅଧିକାରୀ ଶ୍ରୀମତୀ ମାଝୀ ଉକ୍ତ ସ୍ଥାନରୁ ପଛକୁ ହଟି ସେଠାରୁ ପଳାଇ ଆସିଥିଲେ। ଚାଳକ ଋତୁରାଜ ନାଏକ, ମୁନା ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା ଓ ପଞ୍ଚୁ ନାହାକ ତାଙ୍କୁ ଗାଡ଼ି ଚପାଇ ମାରିଦେବାକୁ ଉଦ୍ୟମ କରିଥିବ‌ା ଖଣି ଅଧିକାରୀ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ଶ୍ରୀମତୀ ମାଝି ତାଳଚେର ଥାନାରେ ଏତଲା ଦେଇଛନ୍ତି। ବାଲିଘାଟ ଲିଜ୍‌ଧାରୀ ସଂଘମିତ୍ରା ଭୂତିଆ ଓ ପରିଚାଳକ ବିଶ୍ବଜିତ ପରିଡ଼ାଙ୍କ ନାମରେ ମାମଲା ରୁଜୁ ହୋଇଛି। ଏଥିସହ ଉକ୍ତ ୪ଟି ହାଇୱାକୁ ପୁଲିସ ଜବତ କରିଥିଲା ବେଳେ ଚାଳକମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏ ନେଇ ଶ୍ରୀମତୀ ମାଝୀଙ୍କୁ ପଚାରିବାରେ ସେ କହିଛନ୍ତି, ବେଆଇନ ଭାବେ ଘାଟରୁ ବାଲିଚାଲାଣ ହେଉଥିବା ଖବର ପାଇ ଚଢ଼ଉ କରିଥିଲୁ। କିନ୍ତୁ ‌ଏହି ସମୟରେ ମୋତେ ଗାଡ଼ି ଚପାଇ ମାରିଦେବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe