ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦିନକ ପୂର୍ବରୁ ଆତଙ୍କବାଦୀ ଧମକ

ଭୁବନେଶ୍ବରରେ ଆୟୋଜିତ ହେବାକୁଥିବା ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ ମିଳିଛି। ଖଲିସ୍ତାନୀ ଆତଙ୍କବାଦୀ ପନ୍‌ନୁ ଧମକ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଧମକ ଦେଇଛନ୍ତି। ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ସେ ଧମକ ଦେଇଛନ୍ତି...

ଅଦ୍ୟତନ ହୋଇଛି
WhatsApp Image 2024-11-28 at 3.07.34 PM

ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ହେବାକୁଥିବା ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ ମିଳିଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍‌ନୁ ଧମକ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜାରି କରି ସେ ଧମକ ଦେଇଛନ୍ତି। ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ତାଙ୍କର ଧମକ ମିଳିଛି। 

ଧମକ ମିଳିବା ପରେ ଓଡିଶା ପୁଲିସ ହାଇ ଆର୍ଲଟରେ ରହିଛି। ଏନେଇ କମିଶନରେଟ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

ସେହିପରି ପୁଲିସ କମିସନର ସୁରେଶ ଦେବଦତ୍ତ ପ୍ରେସମିଟ୍ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କମିସନର କହିଛନ୍ତି ବହୁସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ଵର ରହିବ। ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। 

ରାଜ୍ୟ ପୋଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ  ଆଣ୍ଟି ଟେରର ଫୋର୍ସ ସଜାଗ ରହିବେ। ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ସଂସ୍ଥା ରାଜଧାନୀ ଉପରେ କଡ଼ା ନଜର ରଖିବେ ବୋଲି କମିସନର କହିଛନ୍ତି ।

13ammmnxp

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ

ଡିଜିପି ସମ୍ମିଳନୀରେ  ଯୋଗ ଦେବା ପାଇଁ ଆସନ୍ତାକାଲି ଭୁବନେଶ୍ବର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆସୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦିନକ ପୂର୍ବରୁ ଧମକ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍‌ନୁଙ୍କ ଧମକ ଆସିଛି ।

ଅଧିକ ପଢ଼ନ୍ତୁ: ଭଡ଼ା ଘରେ ସେକ୍ସ ରାକେଟ୍: ଚଢଉ କଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe