ବିଜାପୁରରେ ସାହସର ସହିତ ମାଓବାଦୀଙ୍କ ମୁକାବିଲା କରି ସହିଦ ହୋଇଛନ୍ତି ବୀର ଓଡ଼ିଆ ଯବାନ ସୁବାସ ନାୟକ

Advertisment

ବିଜାପୁର ମାଓ ହମଲା ଘଟଣା

ବିଜାପୁର ମାଓ ହମଲା ଘଟଣା

ବିଜାପୁରରେ ସାହସର ସହିତ ମାଓବାଦୀଙ୍କ ମୁକାବିଲା କରି ସହିଦ ହୋଇଛନ୍ତି ବୀର ଓଡ଼ିଆ ଯବାନ ସୁବାସ ନାୟକ

ମାଲକାନଗିରି: ଗତ ଶନିବାର ଦିନ ମାଲାକନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ହୋଇଥିବା ବଡ ଧରଣର ନକ୍ସଲ ହମଲାରେ ୨୨ ଜଣ ଯବାନ ସହିଦ ହୋଇଯାଇଥିଲେ। ଏହି ସହିଦ ଯବାନଙ୍କ ମଧ୍ୟରେ ଓଡିଶାର ଜଣେ ଯବାନ ରହିଛନ୍ତି। ସେ ହେଉଛନ୍ତି ସୁବାସ ନାୟକ। ଘର କଳାହାଣ୍ଡି ଜିଲ୍ଲାର କୋକସରା ଗ୍ରାମରେ। ଦୀର୍ଘ ଦିନ ହେବ ସେ ବିଜାପୁର ଜିଲ୍ଲାର ବାସାଗୁଡା ଗ୍ରାମରେ ରହି ଆସୁଥିଲେ। ପ୍ରଥମେ ସୁବାସ ଏସପିଓ ଭାବେ ପୁଲିସ ବିଭାଗରେ କାମ କରୁଥିଲେ। ତେବେ ବାସାଗୁଡାରେ ନକ୍ସଲ ହମଲାରେ ବୀରତ୍ବର ସହ ଲଢି ସେ ନକ୍ସଲଙ୍କୁ ମାରିବାରେ ସଫଳତା ପାଇବା ସହ ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଥିଲେ। ଏହାପରେ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା।

publive-image Sambad

ସେ ଏସଟିଏଫରେ ଦାୟିତ୍ବ ନେବା ପରେ ନକ୍ସଲ ଦମନରେ ବହୁ ସଫଳତା ହାସଲ କରି ଆଗକୁ ବଢୁଥିଲେ। ତେବେ ଗତ ଶନିବାର ଦିନ ମଧ୍ୟ ସେ ନକ୍ସଲଙ୍କ ସହ ମୃତ୍ୟୁ ପର୍ଯ୍ୟନ୍ତ ଲଢିଥିଲେ। ଶେଷରେ ନକ୍ସଲଙ୍କ ଗୁଳିରେ ଟଳି ପଡିଥିଲେ। ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଛୋଟ ଝିଅ ରହିଛନ୍ତି। ସ୍ବାମୀ ତାଙ୍କୁ ଏକଲା କରି ଚାଲିଯାଇଥିବାରୁ ସେ କିପରି ବାକି ଜୀବନ କାଟିବେ ଭାବି ପାରୁ ନଥିବା କହିଛନ୍ତି ବିଧବା ପତ୍ନୀ। ପତ୍ନୀଙ୍କ ଲୁହ ଶୁଖିବାର ନାମ ନେଉ ନାହିଁ। କିପରି ଝିଅକୁ ନେଇ ବଂଚିବେ ସେ ଜାଣିପାରୁନଥିବା କହିଥିଲେ।

ସୁବାସଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି। ଏହାର ଉଚିତ ଜବାବ ନକ୍ସଲଙ୍କୁ ଦିଆଯିବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ୨୨ ଜଣ ସହିଦ ପରିବାରଙ୍କୁ ୮୦ ଲକ୍ଷ ଟଂକାର ଅନୁକମ୍ପା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି। ଏଥିସହ ଜଣକୁ ଚାକିରି ମଧ୍ୟ ଦେବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe