Advertisment

କଲାମ ଦ୍ବୀପରୁ ସ୍ମାର୍ଟ-୩ କ୍ଷେପଣାସ୍ତ୍ରର ପରୀକ୍ଷା: ନିମିଷକ ମଧ୍ୟରେ ବୁଡ଼ାଜାହାଜ ଓ ଯୁଦ୍ଧପୋତକୁ କରିବ ଧ୍ବଂସ

Advertisment
କଲାମ ଦ୍ବୀପରୁ ସ୍ମାର୍ଟ-୩ କ୍ଷେପଣାସ୍ତ୍ରର ପରୀକ୍ଷା: ନିମିଷକ ମଧ୍ୟରେ ବୁଡ଼ାଜାହାଜ ଓ ଯୁଦ୍ଧପୋତକୁ କରିବ ଧ୍ବଂସ

ବାଲେଶ୍ବର: ଭଦ୍ରକ ଜିଲ୍ଲା ଧାମରା ବଙ୍ଗୋପସାଗର ଉପକୂଳ ନିକଟ ଅବଦୁଲ କଲାମ ଦ୍ୱୀପରୁ ବୁଡ଼ାଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ‘ସ୍ମାର୍ଟ-୩’ (ଆଣ୍ଟି ସବ୍‌ମେରିନ୍ ସୁପରସୋନିକ୍‌ ମିସାଇଲ)ର ସଫଳ ପରୀକ୍ଷଣ ହୋଇଛି। ‘ସ୍ମାର୍ଟ-୩’ ହେଉଛି ଯୁଦ୍ଧ ପୋତରେ ବ୍ୟବହାର ହେଉଥିବା ଏକ ଅତ୍ୟାଧୁନିକ ହାଲୁକା ଟର୍ପେଡୋ ଶ୍ରେଣୀର କ୍ଷେପଣାସ୍ତ୍ର। ଏହାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ନିଜସ୍ବ ଜ୍ଞାନକୌଶଳରେ ବିକଶିତ କରିଛି।

ଭାରତୀୟ ନୌସେନାର ଶକ୍ତି ବୃଦ୍ଧିରେ ଏହା ବେଶ ସହାୟକ ହେବ। ଏହି ବିଧ୍ୱଂସୀ କ୍ଷେପଣାସ୍ତ୍ର ନିମିଷକେ ମଧ୍ୟରେ ବଡ଼ ଯୁଦ୍ଧ ଜାହାଜ ଓ ବୁଡ଼ା ଜାହାଜକୁ ଧ୍ବଂସ କରିଦେବାର କ୍ଷମତା ରଖିଛି। ୬୩୪ କିଲୋମିଟର ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିପାରିବ। ମେ ୧ ସକାଳ ୮ଟା ୩୫ ମିନିଟ୍‌ରେ ଏହି କ୍ଷେପଣାସ୍ତ୍ରକୁ ଗ୍ରାଉଣ୍ଡ ମୋବାଇଲ ଲଞ୍ଚର୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା। ‘ସ୍ମାର୍ଟ-୩’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ବିଜ୍ଞାନୀମାନଙ୍କୁ ଅଭିନନ୍ଦନ ଜଣାଇ ଏହା ଦ୍ୱାରା ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି। ଡିଆରଡିଓର ଅଧ୍ୟକ୍ଷ ଡ. ସମୀର ଭି କାମାତ ମଧ୍ୟ ବୈଜ୍ଞାନିକମାନଙ୍କର ସଫଳ ପ୍ରୟାସକୁ ପ୍ରଶଂସା କରିବା ସହ ଭାରତୀୟ ଉତ୍କର୍ଷତାକୁ ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe